କଳା ଓ ସଂସ୍କୃତି ଧର୍ମ

ଭଗବାନ ବିଷ୍ଣୁଙ୍କ ଭଳି ରାକ୍ଷାସଙ୍କ ନିପାତ ପାଇଁ ଶ୍ରୀଗଣେଶ ମଧ୍ୟ ନେଇଥିଲେ ବହୁ ଅବତାର, ଜାଣନ୍ତୁ କେଉଁ ଅବତାରରେ କେଉଁ ରାକ୍ଷାସର କରିଥିଲେ ଅନ୍ତ

ଆସନ୍ତା ସୋମବାର , ସେପ୍ଟେମ୍ବର ୨ତାରିଖରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଚତୁର୍ଥୀ । ଏହି ଅବସରରେ ଶ୍ରୀ ଗଣେଶଙ୍କ ବିଭିନ୍ନ ସ୍ବରୂପଙ୍କୁ ପୂଜା କରାଯାଏ । ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ମନୀଷ ଶର୍ମାଙ୍କ ଅନୁସାରେ ଯେଉଁଭଳି ଭାବରେ ରାକ୍ଷସଙ୍କ ସଂହାର ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରି ମର୍ତ୍ତ୍ୟକୁ ଆସୁଥିଲେ ସେହିଭଳି ଶ୍ରୀଗଣେଶ ମଧ୍ୟ ବହୁବାର ଅବତାର ଗ୍ରହଣ କରିଛନ୍ତି । ଆସନ୍ତୁ ଜାଣିବା ଶ୍ରୀ ଗଣେଶ କେଉଁ ଅବତାରରେ କେଉଁ ରାକ୍ଷସର କରିଛନ୍ତି ସଂହାର ।

ମହୋଦର– ପ୍ରଚଳିତପୌରାଣିକ କଥା ଅନୁସାରେ ତାରକାସୁରର ବଧ ଶ୍ରୀ ଗଣେଷଙ୍କ ଭାଇ କାର୍ତ୍ତିକେୟ ମହାପ୍ରଭୁ କରିଥିଲେ । ଏହାପରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ମହୋସୁର ଦେବତାଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଫଳରେ ସ୍ବର୍ଗର ଦେବତାମାନେ ତ୍ରାହି ତ୍ରାହି ଡାକିଲେ । ଶେଷରେ ଏହି ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଶ୍ରୀ ଗଣେଶଙ୍କ ନିକଟରେ ପ୍ରାର୍ଥନା କଲେ । ଫଳରେ ଶ୍ରୀ ଗଣେଶ ମହୋଦର ବା ପୃଥୁଳକାୟ ବପୁ ସହ ଅବତାର ଗ୍ରହଣ କରିଥିଲେ । ଏହି ସ୍ବରୂପ ଦେଖିବା ପରେ ମୋହାସୁର ନିଜେ ନିଜେ ପରାଜୟ ସ୍ବୀକାର କରିବା ସହ ମହୋଦର ଅର୍ଥାତ ଶ୍ରୀଗଣେଶଙ୍କ ଭକ୍ତ ହୋଇଯାଇଥିଲା ।

ବକ୍ରତୁଣ୍ଡ –ମତ୍ସ୍ୟରାସୁର ଜଣେ ଦୈତ୍ୟ । ସେ ପ୍ରଚଣ୍ଡ ଶିବ ଭକ୍ତ ଥିଲେ । ମହାଦେବଙ୍କୁ ନିଜ ତପସ୍ୟାବଳରେ ପ୍ରସନ୍ନ କରି ସେ ବିଶେଷ ବରପ୍ରାପ୍ତି କରିଥିଲେ । ଶୁକ୍ରଚାର୍ଯ୍ୟଙ୍କ ପରାମର୍ଶକ୍ରମେ ନିଜର ଦୁଇପୁତ୍ର ମହାପରାକ୍ରମି ସୁନ୍ଦରପ୍ରିୟ ଏବଂ ବିଷୟପ୍ରିୟ ସହ ମତ୍ସ୍ୟରାସୁର ସ୍ବର୍ଗଲୋକ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭୟଭୀତ ଦେବତାମାନେ ଶ୍ରୀଗଣେଶଙ୍କ ଶରଣ ପଶିବା ସହ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା ପରେ ଶ୍ରୀ ଗଣେଶ ବକ୍ରତୁଣ୍ଡ ରୂପ ଧାରଣ କରିଥିଲେ । ଏହି ସ୍ବରୂପରେ ପ୍ରଭୁ ଶ୍ରୀଗଣେଶ ମତ୍ସ୍ୟରାସୁରଙ୍କ ଦୁଇ ପୁତ୍ରଙ୍କୁ ବଧ କରିବା ସହ ମତ୍ସ୍ୟରାସୁରଙ୍କୁ ପରାସ୍ତ କରିଥିଲେ ।

ଏକଦନ୍ତ- ମଦ ନାମକ ଏକ ରାକ୍ଷସ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦୀକ୍ଷା ଗ୍ରହଣ କରିଥିଲା । ଏହାପରେ ସେ ଦେବତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଦେବତାଙ୍କ ପ୍ରାର୍ଥନା ଅନୁସାରେ ଶ୍ରୀଗଣେଶ ଏକଦନ୍ତ ରୂପ ଧାରଣ କରି ରାକ୍ଷସ ମଦର ବଧ କରିଥିଲେ ।

ବିକଟ- କାମାସୁର ନାମକ ଏକ ଦୈତ୍ୟ ମହାଦେବଙ୍କୁ ପ୍ରସନ୍ନ କରି ତ୍ରିଲୋକ ବିଜୟୀ ହେବାର ବର ହାସଲ କରିଥିଲା । ଏହାପରେ ସେ ଦେବତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା । ଦେବତାଙ୍କୁ କାମାସୁରର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରଭୁ ଶ୍ରୀଗଣେଶ ବିକଟ ରୂପ ଧାରଣ କରିଥିଲେ । ଏହି ଅବତାରରେ ଶ୍ରୀଗଣେଶ ମୟୂର ପିଠିରେ ବସି କାମାସୁର ସହ ଯୁଦ୍ଧ କରି ତାର ବଧ କରିଥିଲେ ।

ଗଜାନନ- ଲୋଭାସୁର ନାମକ ଦୈତ୍ୟ ଶିବଙ୍କ ବରରେ ବଳିଆନ ହୋଇ ତ୍ରିଲୋକୁ ନିଜ ଅକ୍ତିଆରକୁ ନେଇଯାଇଥିଲା । ଲୋଭାସୁରକୁ ନିପାତ କରିବା ପାଇଁ ଶ୍ରୀଗଣେଶଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡିଥିଲା । ଏହି ସ୍ବରୂପରେ ସେ ଲୋଭାସୁରର ଅନ୍ତ କରିଥିଲେ ।

ଲମ୍ବୋଦର- ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି କ୍ରୋଧାସୁର ନାମକ ଏକ ଦୈତ୍ୟ ସ୍ବର୍ଗଲୋକ ଅଧିକାର କରିବା ସହ ଦେବତାଙ୍କୁ ନନାଦି କଷ୍ଟ ଓ ଯାତନା ଦେଉଥିଲା । ଏହି କ୍ରୋଧାସୁରର ଆତଙ୍କ କୁ ସମାପ୍ତ କରିବାପାଇଁ ଶ୍ରୀ ଗଣେଶ ଲମ୍ବୋଦର ସ୍ବରୂପ ଧାରଣ କରିଥିଲେ । ଶ୍ରୀଗଣେଶଙ୍କ ଲମ୍ବୋଦର ସ୍ବରୂପ ଆଗରେ କ୍ରୋଧସୁର ଅଧିକ ସମୟ ତିଷ୍ଠିପାରିନଥିଲା ।

ବିଘ୍ନରାଜ- ମମାସୁର ନାମକ ଏକ ଦୈତ୍ୟ ସବୁ ଦେବତାଙ୍କୁ ବନ୍ଦୀ କରିଦେଇଥିଲା ।ଶ୍ରୀଗଣେଶ ଦେବତାଙ୍କ ଦୁଃଖ ଦେଖିନପାରି ବିଘ୍ନରାଜ ଅବତାର ଗ୍ରହଣ କରିବା ସହ ମମାସୁର କବଳରୁ ସମସ୍ତ ଦେବତାଙ୍କୁ ମୁକ୍ତ କରିଥିଲେ ।
ଧୁମ୍ରବର୍ଣ୍ଣ– ଅହନ୍ତାସୁର ଆତଙ୍କର ଅନ୍ତ ଘଟାଇବା ଲାଗି ଶ୍ରୀଗଣେଶ ଧୁମ୍ରବର୍ଣ୍ଣ ରୂପ ଧାରଣ କରିଥିଲେ । ଏହି ଅବତାରରେ ପ୍ରଭୁଙ୍କ ବର୍ଣ୍ଣ ଧୂଆଁଭଳି ହୋଇଥିଲା । ତେଣୁ ତାଙ୍କୁ ଧୁମ୍ରବର୍ଣ୍ଣ ବୋଲି ପୂଜା କରାଗଲା । ଏହି ଅବତାରରେ ସେ ଅହନ୍ତାସୁରର ବଧ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ