ଭୁବନେଶ୍ୱର ୦୭/୧୦ : ବୁଧବାର ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ବୁଧବାର ଦିନ ଭଗବାନ ଗଣେଶଙ୍କର। ବିଧି ବିଧାନ ଅନୁଯାୟୀ ପୂଜା କଲେ ଭଗବାନ ଗଣେଶ ପ୍ରସନ୍ନ ହୋଇ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି। ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଗଣେଶ ରିଦ୍ଧି-ସିଦ୍ଧି ଦାତା ଓ ଶୁଭ-ଲାଭ ପ୍ରଦାତା। ଗଣେଶ ଭକ୍ତଙ୍କ ବାଧାବିଘ୍ନ, ସଙ୍କଟ, ରୋଗ ଦୋଷ ତଥା ଦରିଦ୍ରତା ଦୂର କରିଥାନ୍ତି। ବିଶ୍ୱାସ ରହିଛି ଯେ ବୁଧବାର ଦିନ ସଚ୍ଚୋଟ ମନରେ ଗଣେଶଙ୍କୁ ଆରାଧନା କଲେ ଓ ମନ୍ତ୍ର ଜପ କଲେ ସମସ୍ୟା ସମାଧାନ ହୋଇଥାଏ।

ଗଣେଶ ଅମଙ୍ଗଳ ଦୂର କରିଥାନ୍ତି। ଯାହା ଉପରେ ଭଗବାନ ଗଣେଶ କୃପା କରନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଥାଏ। ଗଣେଶ ଯେତେ ଶୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି। ଶାସ୍ତ୍ରରେ କିଛି ସରଳ ଉପାୟ ରହିଛି ଯାହାଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାନ୍ତି।
୧. ଦୁବ ଅର୍ପଣ କରନ୍ତୁ – ଗଣେଶଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଲା ପ୍ରତିଦିନ ସକାଳୁ ସ୍ନାନ ଆଦି ସାରି ଗଣେଶଙ୍କୁ ୫ଟି ଦୁବ ଘାସ ଅର୍ପଣ କରନ୍ତୁ। ଦୁବକୁ ଗଣେଶଙ୍କ ମସ୍ତକରେ ଚଢ଼ାଇବା ଉଚିତ। ଚରଣରେ ଦୁବ ରଖିବେନି। ଦୁବ ଅର୍ପଣ କଲାବେଳେ ଏହି ମନ୍ତ୍ର ଜପିବେ- ଇନ୍ଦ ଦୁର୍ବାଦଲଂ ଉଂ ଗଂ ଗଣପତୟେ ନମଃ

୨. ସମୀ ଅର୍ପଣ କରନ୍ତୁ – ଶାସ୍ତ୍ର ଅନୁସାରେ ସମୀ ଏକମାତ୍ର ଏମିତି ଗଛ ଯାହାକୁ ପୂଜା କଲେ ଗଣେଶ ଓ ଶନିଦେବ ପ୍ରସନ୍ନ ହୁଅନ୍ତି। କଥାରେ ଅଛି ଭଗବାନ ଶ୍ରୀରାମ ମଧ୍ୟ ରାବଣ ଉପରେ ବିଜୟ ପାଇବା ପାଇଁ ସମୀ ବୃକ୍ଷକୁ ପୂଜା କରିଥିଲେ। ସମୀ ଗଣେଶଙ୍କ ଅତ୍ୟନ୍ତ ପ୍ରିୟ। ନିୟମିତ ଗଣେଶଙ୍କୁ ସମୀ ପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ଘରକୁ ଧନ ଓ ସୁଖ ସମୃଦ୍ଧି ଆସିଥାଏ।
୩. ଚାଉଳ ଅର୍ପଣ କରନ୍ତୁ – ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାକୁ ପବିତ୍ର ଚାଉଳ ଅର୍ପଣ କରନ୍ତୁ। ଯେଉଁ ଚାଉଳ ଭାଙ୍ଗି ନଥାଏ ତାକୁ ପବିତ୍ର ଚାଉଳ କୁହାଯାଏ। ପୂଜାରେ ସବୁବେଳେ ଅରୁଆ ଚାଉଳ ବ୍ୟବହାର କରାଯାଏ। ଗଣେଶଙ୍କୁ ଶୁଖିଲା ଚାଉଳ ଅର୍ପଣ କରାଯାଏନାହିଁ, ଓଦା କରି ଅର୍ପଣ କରାଯାଏ। ଏହି ମନ୍ତ୍ର କହି ୩ଥର ଚାଉଳ ଅର୍ପଣ କରନ୍ତୁ- ଇନ୍ଦ ଅକ୍ଷତମ୍ ଉଂ ଗଂ ଗଣପତୟେ ନମଃ
୪. ଗଣେଶଙ୍କ ପ୍ରିୟ ନାଲି ସିନ୍ଦୁର- ଗଣେଶଙ୍କୁ ନାଲି ସିନ୍ଦୁର ବହୁତ ପସନ୍ଦ। ଗଣେଶଙ୍କୁ ପ୍ରସନ୍ନ କରିବାକୁ ସିନ୍ଦୁରରେ ତିଳକ କରନ୍ତୁ। ଗଣେଶଙ୍କୁ ତିଳକ କରିବା ପରେ ନିଜ ମଥାରେ ମଧ୍ୟ ତିଳକ ଲଗାନ୍ତୁ। ଏହାଦ୍ୱାରା ଗଣେଶଙ୍କ କୃପା ପ୍ରାପ୍ତ ହେବାସହ ଆର୍ଥିକ ସମସ୍ୟା ଓ ବିଘ୍ନ ଦୂର ହୋଇଥାଏ। ଗଣେଶଙ୍କୁ ସିନ୍ଦୁର ଅର୍ପଣ କଲାବେଳେ ଏହି ମନ୍ତ୍ର କୁହନ୍ତୁ- ସିନ୍ଦୁର ଶୋଭନମ ରକ୍ତଂ ସୌଭାଗ୍ୟଂ ସୁଖବର୍ଦ୍ଧନମ୍ । ଶୁଭଦଂ କାମଦଂ ଚୈୱ ସିନ୍ଦୁରଂ ପ୍ରତିଗୃହୟତାମ୍ ।। ଓଁ ଗଂ ଗଣପତୟେ ନମଃ



