ଅପରାଧ ରାଜ୍ୟ

ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ : ମାଂସକାଟିବାକୁ ରଥଖଳାରୁ ବୋହିନେଲେ ବଳକା କାଠଗଣ୍ଡି, ଫଟୋ ଭାଇରାଲ…

ପୁରୀ ୩୦/୦୬: ରଥ ନିର୍ମାଣ ନିମନ୍ତେ ଆସୁଥିବା କାଠ ସହ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ମନ୍ତ୍ରପାଠରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଅନୁକୂଳ ହୋଇ ରଥନିର୍ମାଣ ଆରମ୍ଭ ହୋଇଥାଏ । ତେବେ ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଯାହା ଭକ୍ତଙ୍କ ମନରେ କ୍ଷୋଭ ଭାବନା ସୃଷ୍ଟି କରିଛି । ୩ ରଥ ନିର୍ମାଣ ପରେ ବଳକା କାଠ ପୁରୀରେ ଥିବା ମାଂସ ଦୋକାନୀ ନେଉଛନ୍ତି । ଏହି ଗୋଲେଇ କାଠଗଣ୍ଡି ଉପରେ ମାଂସ କଟାଯିବ ।

୨ ଜଣ ବ୍ୟକ୍ତି ନିଜ ବାଇକ୍‌ରେ ରଥଖଳାରୁ କାଠ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କାଠ ନେଇ ସେମାନେ ନିଜ ମାଂସ ଦୋକାନରେ ରଖିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ମହଲରୁ କ୍ଷୋଭ ଜାହିର କରିଛନ୍ତି । ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଏହା ଆଘାତ ପହଞ୍ଚାଇଥିବା କୁହାଯାଇଛି ।

ଦଶପଲ୍ଲାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି, ମହାରାଜା ମୁକୁନ୍ଦଦେବଙ୍କ ସମୟରୁ ଏପର୍ଯ୍ୟନ୍ତ ବିନା ମୂଲ୍ୟରେ ଆମେ ରଥ ନିର୍ମାଣ ପାଇଁ କାଠ ଯୋଗାଇ ଆସୁଛୁ । ନିଜ ସ୍ୱାର୍ଥକୁ ବଳି ଦେଇ ଜଙ୍ଗଲ ସଫା କରି ଦଶପଲ୍ଲାବାସୀ କାଠ ଯୋଗାଉଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।