ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ କିନ୍ତୁ ସ୍ପର୍ଶ ମନା

ପୁରୀ ୧୯/୦୫: ଦୀର୍ଘ ଦୁଇ ବର୍ଷ ପରେ ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି । ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ ।

ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ ଭକ୍ତ ଦର୍ଶନ କରିବେ ସିନା କିନ୍ତୁ ସ୍ପର୍ଶ କରିପାରିବେନି । ସୂଚନା ଥାଉକି ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଥିଲା । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ।

ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଆଲୋଚନା ହୋଇଥିଲା । ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତି ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ହେଲେ ଏଥର କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ