ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବୟସ କମ କିନ୍ତୁ ସ୍ବପ୍ନ ବଡ: ୧୪ ବର୍ଷ ବୟସରେ ଜିତିଲେଣି ୧୧୦ ପଦକ, ୨ ବର୍ଷ ବୟସରେ ବାଲ କୁଞ୍ଜରେ ଛାଡି ଦେଇଥିଲେ ମାମୁଁ

ସୋନପତ ୧୯/୧୧ : ପ୍ରତିଭା ପାଇଁ କାହାର ସାହାଯ୍ୟ ଲୋଡ଼ା ନଥାଏ। ପ୍ରତିଭା ନିଜେ ନିଜକୁ ପରିଚିତ କରାଇଥାଏ। ଜଣେ ଅସହାୟ ବାଳକ ଉପରେ ଏହା ଚରିତାର୍ଥ ହୋଇଛି। ମାତ୍ର ୧୪ ବର୍ଷ ବୟସରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ଥରରେ ବିଭିନ୍ନ ପ୍ରତିଯୋଗିତାରେ ୧୧୦ ପଦକ ଜିତିଛନ୍ତି। ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀଙ୍କ ଅନୁସାରେ, ଆଇଏଏସ ଅଧିକାରୀ ନଚେତ ଏନଡିଏ ଅଧିକାରୀ ହେବା ଇଛା ରଖିଥିବା ବାଦଲ ବିଭିନ୍ନ ପ୍ରତିଯୋଗିତାରେ ୧୧୦ଟି ପଦକ ଜିତିଛନ୍ତି।

ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ଡ.ଋତୁ ଗିଲଙ୍କ ଅନୁସାରେ, ମାତ୍ର ୨ ବର୍ଷ ବୟସରେ ବାଦଲଙ୍କୁ ତାଙ୍କ ମାମୁଁ ‘ସପନା ବାଲ କୁଞ୍ଜ ଗୋହାନା’ ରେ ଛାଡି ଯାଇଥିଲେ। ଏବେ ବାଦଲଙ୍କୁ ୧୪ ବର୍ଷ ବୟସ ହେଲାଣି। ତାଙ୍କ ମାମୁଁ ତାଙ୍କୁ ଛାଡି ଯିବାପରେ ଗତ ୧୨ ବର୍ଷରେ ଏବେ ଯାଏଁ କେହି ତାଙ୍କୁ ଦେଖିବାକୁ ଆସିନାହାନ୍ତି। ତାଙ୍କ ମାମୁଁ ଯେଉଁ ଠିକଣା ଦେଇ ଯାଇଥିଲେ ସେହି ଠିକଣାରେ ଯୋଗାଯୋଗ କରିବାରୁ ଘରଲୋକଙ୍କର କୌଣସି ପତା ମିଳିଲାନାହିଁ।

ବାଲ ସଂରକ୍ଷଣ ଅଧିକାରୀ ମମତା ଶର୍ମା କହିଛନ୍ତି ଯେ, ବାଦଲ ବର୍ତ୍ତମାନ ଗୋହାନା ଗ୍ଲୋବାଲ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ବାଦଲଙ୍କ ପାଖରେ ରହିଛି ଚଉମୁଖୀ ପ୍ରତିଭା। ପାଠ ପଢା ସହ ସେ ଖେଳକୁଦ ପ୍ରତିଯୋଗିତା ଓ ବିଭିନ୍ନ ପ୍ରକାରର ରଚନାତ୍ମକ ଗତିବିଧିରେ ନାଁ କରିଛନ୍ତି। ବାଦଲ ରାଷ୍ଟ୍ରୀୟ ସ୍ଥରରେ ୧୦୦ ମିଟର ଦୌଡ ଓ ପେଣ୍ଟିଙ୍ଗ ଆଦିରେ ପଦକ ଜିତିଛନ୍ତି। ରାଜ୍ୟ ସ୍ଥରରେ ୬ଥର ପଦକ ଜିତିଛନ୍ତି। ଏଥିରେ ସ୍ୱର୍ଣ୍ଣ ପଦକ ମଧ୍ୟ ସାମିଲ ଅଛି।

ବାଦଲ ବହୁତ ସୁନ୍ଦର ଓ ଆକର୍ଷଣୀୟ ପେଣ୍ଟିଙ୍ଗ କରନ୍ତି। ମଉକା ପାଇଲେ ସେ ନିଜ ପେଣ୍ଟିଙ୍ଗ ବିକ୍ରି କରି ଆବଶ୍ୟକୀୟ ସାମଗ୍ରୀ ମଧ୍ୟ କିଣିଥାନ୍ତି। ସେ ନିଜ ସ୍ଥରରେ ଆର୍ଥିକ ସଂସାଧନ ଯୋଗାଡ କରିବାକୁ ପ୍ରୟାସ କରିଥାନ୍ତି। ସେ ନିଜର ୫୦ ରୁ ୬୦ ପେଣ୍ଟିଙ୍ଗ ବିକ୍ରି କରିସାରିଛନ୍ତି। ନିକଟରେ ସେ ଶିଶୁ ଦିବସରେ ଫଟୋଗ୍ରାଫି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବାଦଲଙ୍କ ମନୋବଳ ବହୁତ ଦୃଢ। ସେ କହିଛନ୍ତି ଯେ ସେ ଅସହାୟ ଶିଶୁଙ୍କ ଭବିଷ୍ୟତ ସୁଧାରିବା ପାଇଁ କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିଜ ଆଡୁ ପ୍ରୟାସ ମଧ୍ୟ କରୁଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ