ନୂଆଦିଲ୍ଳୀ ୩୧।୦୧: ଅମୀର ଖାନଙ୍କ ଝିଅ ଆଇରା ଖାନ୍ ବଡ ପରଦା ଅପେକ୍ଷା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ତାଙ୍କର ଲୋକପ୍ରିୟତା କୌଣସି ଷ୍ଟାରଙ୍କ ଠାରୁ କମ୍ ନୁହେଁ । ସେ ତାଙ୍କ ଫ୍ୟାନ୍ ଫଲୋର୍ସମାନଙ୍କ ପାଇଁ କିଛି ନା କିଛି ଫଟୋ ଭିଡିଓ ସେୟାର କରିଥାନ୍ତି । ହେଲେ ଆଇରା ତାଙ୍କ ଫିଲ୍ମ ଜଗତରେ ଯେତିକି ନୁହେଁ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି।
ଆଇରା ଖାନ ନୁପୁର ଶିଖରଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ନିକଟରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଫଟୋ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ସର୍ବସାଧାରଣ ସ୍ଥାନରେ ଆଇରା ଏବଂ ନୁପୁର ପରସ୍ପରର ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛନ୍ତି । ଏବେ ପୁଣି ଥରେ ଆଉ ଏକ ଫଟୋରେ ନଜର ଆସିଛନ୍ତି । ନୁପୁର ତାଙ୍କର କିଛି ରୋମାଣ୍ଟିକ ଫଟୋ ଆଇରଙ୍କ ସହ ସେୟାର କରିଛନ୍ତି। ଫଟୋ ଗୁଡ଼ିକରେ, ଆଇରା ଖାନ ଶାଢୀ ପିନ୍ଧିବା ସହ ମଥାରେ ଏକ ନାଲି ଟିକିଲି ମଧ୍ୟ ଲଗାଇଛନ୍ତି । ଏହି ସମୟରେ, ନୁପୁର ଜିନ୍ସ-ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି।
ଆଉ ଏକ ଫଟୋରେ ନୁପୁର ଆଇରାଙ୍କୁ ତାଙ୍କ ଗାଲରେ କିସ୍ ଦେଉଥିବାର ନଜର ଆସିଛନ୍ତି । ଫଟୋଟି ସେୟାର କରି ଇନଷ୍ଟାଗ୍ରାମରେ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ତାଙ୍କର ଅନେକ ପ୍ରଶଂସକମାନେ ଉଭୟଙ୍କ ଫଟୋକୁ ଖୁବ୍ ପସନ୍ଦ କରୁଥିବା ବେଳେ କମେଣ୍ଟ ମଧ୍ୟ କରିଛନ୍ତି ।

