ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୩୫,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାର କରିଛି। ଏହା ସହ ମୃତ୍ୟୁସଂଖ୍ୟା ୫୦୦ପାଖାପାଖି ପହଞ୍ଚିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୯୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୨୦,୭୭,୭୦୬ ଓ ମୃତ୍ୟୁସଂଖ୍ୟା ୪,୨୯,୬୬୯ରେ ପହଞ୍ଚିଛି।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୨,୬୦,୦୫୦ରେ ପହଞ୍ଚିଛି।
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୭,୯୮୭।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୪୪,୧୯,୬୨୭ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୨,୩୬,୭୧,୦୧୯ ଜଣଙ୍କୁ ଟିକା ଦିଆଯାଇସାରିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଏକମାତ୍ର ବାଟ ବୋଲି ଜାଣି ସରକାର ଏବେ ଟିକାକରଣଙ୍କୁ ଜୋରଦାର କରିଛନ୍ତି।