ଦେଶ ବିଦେଶ ମନୋରଞ୍ଜନ

ବଡ଼ ପରଦାରେ ଦେଓଲ ପରିବାରର ତିନି ପିଢ଼ି

ପୂରା ଦେଓଲ ପରିବାର ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ୨୦୦୭ ମସିହାର ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ଆପ୍‌ନେ’ର ସିକ୍ବେଲ ନେଇ ପୁଣି ଆସିବେ ଦେଓଲ ପରିବାର। ଏଥି‌ରେ ଏହି ପରିବାରର ତିନି ପିଢ଼ି ଯଥା ଦିଗ୍‌ଗଜ୍‌ ଅଭିନେତା ଧର୍ମେନ୍ଦ୍ର ଦେଓଲ୍‌, ଶନି ଦେଓଲ୍‌, ବବି ଦେଓଲ୍‌ ଓ ଶନି ଦେଓଲ୍‌ଙ୍କ ପୁଅ କରନ ଦେଓଲ୍‌ ଏକା ସାଙ୍ଗେ ନଜର ଆସିବେ। ଏକ ସୁନ୍ଦର ପାରିବାରିକ କାହାଣୀକୁ ନେଇ ଗୋଟିଏ ପରିବାରର ତିନି ପିଢ଼ି ଏକା ସାଙ୍ଗେ ପରଦାରେ ନଜର ଆସିବା ବୋଧହୁଏ ଭାରତୀୟ ଚଳଚ୍ଚିତ୍ର ଜଗତ‌ରେ ପ୍ରଥମ ଚଳଚ୍ଚିତ୍ର ହେବ। ‘ଆପ୍‌ନେ-୨’ର ସୁଟିଂ ୨୦୨୧ ମାର୍ଚ୍ଚରୁ ଆରମ୍ଭ ହେବ ଓ ଆସନ୍ତାବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ ବୋଲି ଆଜି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। ଏଥିସହ ଦେଓଲ୍‌ ଭାଇମାନେ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌‌ରେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ