ପର୍ଯ୍ୟଟନ ରାଜ୍ୟ

ବଡ଼ ଦିନର ମଜା: ଶାନ୍ତିସ୍ତୂପରେ ୧୦ ହଜାର ପର୍ଯ୍ୟଟକ

ଧଉଳି: ବଡ଼ଦିନ ଅବସରରେ ଆଜି ଧଉଳି ଶାନ୍ତସ୍ତୂପରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ଗହଳି ଲାଗି ରହିଥିଲା। ଆଜି ଦିନରେ ସର୍ବାଧିକ ୧୦ ହଜାର ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିଥିବା ଜଣାଯାଇଛି। ସେହି ଅନୁସାରେ ଆଜି ଦିନକ ମଧ୍ୟରେ ଯଥାକ୍ରମେ ସଟଲ୍‌ ବସ୍‌ରୁ ପର୍ଯ୍ୟଟକମାନଙ୍କ ଯିବା ଆସିବା ଫି’ ୨୨ ହଜାର, ଦୁଇ ଚକିଆ ଗାଡ଼ିରୁୁ ୫ ହଜାର ଏବଂ ଚାରିଚକିଆ ଗାଡ଼ି ପାର୍କିଂ ଫି’ ବାବଦରେ ୧୯ ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି।

ଶାନ୍ତିସ୍ତୂପ ବୁଲି ଆସିଥିବା କିଛି ପର୍ଯ୍ୟଟକଙ୍କ ସୂଚନା ଅନୁସାରେ ଧଉଳିରେ ବଡ଼ଦିନ ପାଳନ ନେଇ ଭୋଜି ଆୟୋଜନ କରିବାର ଥିଲା। ଏନେଇ ଅଗ୍ରୀମ ୧୦୦ ଟଙ୍କା ଦେଇ ଭୋଜି ପିଣ୍ଡି ବୁକିଂ କରିଥିଲେ। ସେହି ଅନୁସାରେ ଭୋଜି ପାଇଁ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ହଠାତ ଗତକାଲି ସରକାରୀସ୍ତରରେ ଧଉଳିରେ ଭୋଜି ବନ୍ଦ ନେଇ କଟକଣା ଲାଗୁ ହେବା ସୂଚନା ପାଇବା ପରେ ଭୋଜି ବନ୍ଦ କରିବାକୁ ପଡ଼ିଥିଲା। ସେହିପରି ଆସନ୍ତାକାଲି ରବିବାର ଛୁଟିଦିନରେ କଟକଣା କୋହଳ ଥିବାରୁ ଆଉ କିଛି ପର୍ଯ୍ୟଟକ ଅଗ୍ରୀମ ଫି’ ଦାଖଲ କରି ଭୋଜି ପିଣ୍ଡି ବୁକିଂ କରିଥିବା ଜଣାଯାଇଛି।

ଧଉଳି ଗ୍ରାମ ପଞ୍ଚାୟତ ପରିସରରେ ଥିବା ଛୋଟବଡ଼ ୧୦ଟିଯାକ ପିଣ୍ଡି ବୁକିଂ ସରିଛି। ଏହାର ସୁଯୋଗ ନେଇ ଘରୋଇ ଭୋଜିପିଣ୍ଡି ମାଲିକ ୧୦୦୦ ଭଡ଼ା ଅର୍ଥ ଦାବି କରୁଥିବା ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଆସନ୍ତାକାଲି ରବିବାର ଏଠାରେ ଭୋଜିଭାତର ଆସର ଜମିବ ଓ ବାସି ହେଉ ପଛେ ବଡ଼ଦିନ ମଜା ଉଠିବ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ