ଅପରାଧ ରାଜ୍ୟ

ବଡ଼ଦାଣ୍ଡ ଡ୍ରେନ୍‌ରେ ପଡ଼ି ରିକ୍ସାଚାଳକ ମୃତ୍ୟୁ

ପୁରୀ : ବଡ଼ଦାଣ୍ଡରେ ଥିବା ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ରିକ୍ସାବାଲାଙ୍କ ପ୍ରାଣହାନି ଘଟିଛି। କୁମ୍ଭାରପଡ଼ା ଥାନା ପୁଲିସ ମାର୍କେଟ ଛକରେ ପହଞ୍ଚି ଡ୍ରେନ୍‌ ଭିତରୁ ଶବ ଜବତ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଜିମାରେ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ବିଦ୍ୟାଧରପୁରର ନିଧି ଭୋଇ(୪୫) ପୁରୀରେ ରିକ୍ସା ଚଳାଇ ପରିବାର ପୋଷଣ କରିଥା’ନ୍ତି। ଗତକାଲି ରାତିରେ ସେ ମାର୍କେଟ ଛକସ୍ଥିତ ମୁକୁଳା ଡ୍ରେନ୍‌ରେ ପଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଲୋକେ ଏହା ଦେଖି ଥାନାକୁ ଖବର ଦେଇଥିଲେ। ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ ଓ ଏସ୍ଆଇ ଅତଶୀ ଜେନା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଖବର ପାଇ ନିଧିଙ୍କ ପରିବାର ଲୋକେ ପୁରୀ ଆସି ଚିହ୍ନଟ କରିବା ସହିତ ଶବ ଜିମାରେ ନେଇଥିଲେ। ନିଧି କେଉଁ ପରିସ୍ଥିତିରେ ଡ୍ରେନ୍‌ ଭିତରେ ପଡ଼ିଲେ, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି କହିଛନ୍ତି।

ଅନ୍ୟପକ୍ଷରେ, କିଛିଲୋକ ନିଧିଙ୍କ ମୃତ୍ୟୁକୁ ଦୁର୍ଘଟଣା ଜନିତ ବୋଲି କହୁଥିବା ବେଳେ ଆଉ କିଛି ଲୋକ ହତ୍ୟା କରାଯାଇଥାଇପାରେ ସନ୍ଦେହ କରୁଛନ୍ତି।

ସୂଚନାଯୋଗ୍ୟ ଯେ ବର୍ଷକ ପୂର୍ବେ ବଳିଆପଣ୍ଡା ଥାନା ଅଞ୍ଚଳରେ ମଧ୍ୟ ଡ୍ରେନ୍‌ରେ ପଡ଼ି ଜଣେ ମୃତ୍ୟୁବରଣ କରିଥିଲେ। ତାଳବଣିଆ ଆଇଟିଆଇ କଲେଜ ପାଖରେ ମଧ୍ୟ ଜଣେ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।