ଖେଳ ଦେଶ ବିଦେଶ

ବ୍ୟାଡ୍‌ମିଣ୍ଟନ ବିଶ୍ବ ଚାମ୍ପିଅନ୍‌ସିପ୍‌ କ୍ବାର୍ଟରରେ ସିନ୍ଧୁ, ଶ୍ରୀକାନ୍ତ

ହୁଏଲ୍‌ଭା (ସ୍ପେନ୍‌): ଗତଥରର ବିଜୟିନୀ ପିଭି ସିନ୍ଧୁ ଏବଂ ବିଶ୍ବ ମାନ୍ୟତାର ପୂର୍ବତନ ଏକନମ୍ବର କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ସିନ୍ଧୁ ଗୁରୁବାର ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଥାଇଲାଣ୍ଡର ପୋର୍ନପୱି ଚୋଚୁୱଙ୍ଗ୍‌ଙ୍କୁ ପରାସ୍ତ କରି ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ବିଶ୍ବ ମାନ୍ୟତାର ସପ୍ତମ ସିନ୍ଧୁ ଦଶମ ମାନ୍ୟତା ପୋର୍ନପୱିଙ୍କୁ ୪୮ ମିନିଟ୍‌ ମୁକାବିଲାରେ ୨୧-୧୪ ଓ ୨୧-୧୮ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। ଏଥି ସହିତ ପୋର୍ନପୱିଙ୍କ ବିପକ୍ଷରେ ବିଜୟ-ପରାଜୟ ବ୍ୟବଧାନ ୫-୩କୁ ବଢାଇଛନ୍ତି। କେବଳ ସେତିକି ନୁହେଁ, ସିନ୍ଧୁ ମଧ୍ୟ ଚଳିତ ଡି‌ସେମ୍ବର ମାସ ଆରମ୍ଭରେ ଆୟୋଜିତ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲସ ଏବଂ ମାର୍ଚ୍ଚରେ ଆୟୋଜିତ ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ ପରାଜୟର ମଧୁର ପ୍ରତିଶୋଧ ପୋର୍ନପୱିଙ୍କଠୁ ନେଇଛନ୍ତି। ଚଳିତ ବିଶ୍ବ ଚାମ୍ପିଅନ୍‌ସିପ୍‌ କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଶୀର୍ଷ ମାନ୍ୟତା ତଥା ବିଶ୍ବ ମାନ୍ୟତାର ଏକ ନମ୍ବର ତାଇ ଜୁ ୟିଙ୍ଗ୍‌ଙ୍କ ସହ ହେବ।

ସେହିପରି ପୁରୁଷ ଏକକ ପ୍ରିକ୍ବାର୍ଟରେ ଶ୍ରୀକାନ୍ତ ୨୧-୧୦ ଓ ୨୧-୧୫ ସିଧାସଳଖ ଗେମ୍‌ରେ ଚୀନ୍‌ର ଲୁ ଗୁଆଙ୍ଗ୍‌ ଝୁ’ଙ୍କୁ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା ବିଶ୍ବ ମାନ୍ୟତାର ୨୮ ନେଦରଲାଣ୍ଡ୍‌ସ ତାରକା ମାର୍କ କାଜୋଉଙ୍କ ସହ ହେବ। ଏହା ମଧ୍ୟ ପରସ୍ପର ମଧ୍ୟରେ ପ୍ରଥମ ମୁକାବିଲା ହେବ। ଅନ୍ୟପକ୍ଷରେ ଯୁଗଳରେ ଭାରତର ଅଭିଯାନ ଶେଷ ହୋଇଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ