ଅପରାଧ ରାଜ୍ୟ

ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଦୋକାନରେ ପାନ ଖାଇବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣା : ୨ ଅଭିଯୁକ୍ତ ଗିରଫ

ସାଲେପୁର ୧୧।୭: ଜଗତପୁର ଥାନା ଗୋପୀନାଥପୁର ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଗୋପୀନାଥପୁର ବଜାରରେ ପାନ ଦୋକାନରୁ ପାନ କିଣୁଥିବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ଜଗତପୁର ପୋଲିସ । ଲୁଟରେମାନେ ହେଲେ କେନ୍ଦ୍ରାପଡା ଅଂଚଳର ମନୋଜ ଦାସ, ଭଦ୍ରକ ଅଂଚଳର ରାମ ଦାସ । ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମଟରସାଇକେଲ ଜବତ କରିଥିବା ନେଇ ଜଗତପୁର ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଗୋପୀନାଥପୁର ଷ୍ଟେଟ ବ୍ୟାଙ୍କରୁ ରାମଚନ୍ଦ୍ର ରାଉତ ଗତ ମାସ ୨୧ ତାରିଖରେ ୨ ଲକ୍ଷ ଟଙ୍କା ଉଠାଇ ଗୋପୀନାଥପୁର ବଜାର ରାସ୍ତାପାର୍ଶ୍ଵ ପାନ ଦୋକାନରେ ସାଇକେଲ ରଖି ପାନ କିଣୁଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ସହ ୨ ଲକ୍ଷ ଟଙ୍କା, ଆଧାର କାର୍ଡ ଓ ପାସବୁକ୍ ଲୁଟି ନେଇଥିଲେ। ଏନେଇ ରାମଚନ୍ଦ୍ର ରାଉତ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଲୁଟେରାକୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଥିବା ନେଇ ଜଗତପୁର ପୋଲିସ ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।