ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବ୍ରିଟେନ ଫେରନ୍ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପୁନେ ପଠାଯାଇଛି, ରିପୋର୍ଟ ଆସିବା ପରେ ନୂଆ ଷ୍ଟ୍ରେନ୍ କି ନାହିଁ ସ୍ପଷ୍ଟ ହେବ- ବିଏମ୍‌ସି କମିଶନର

ଭୁବନେଶ୍ୱର ୨୪।୧୨: ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଚିନ୍ତା ବଢ଼ିଯାଇଛି। ସେପଟେ ଭୁବନେଶ୍ବରକୁ ଜଣେ ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ବିଏମସି ସ୍ପଷ୍ଟ କରିଛି। ଗତ ୧୮ ତାରିଖରେ ବ୍ରିଟେନ ରୁ ଆସିଥିବା ଯୁବକ କୋଭିଡ୍ ସଂକ୍ରମିତ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସରିଥିବା କହିଛନ୍ତି ବିଏମସି କମିଶନର। ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ସ୍ୱାବ ରିପୋର୍ଟ ସଂଗ୍ରହ କରାଯାଇଛି।

ସେପଟେ ବ୍ରିଟେନ ଫେରନ୍ତା ଯୁବକ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ତାଙ୍କ ସ୍ୱାବ ପୁନେ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାଯିବ ଯେ, ଏହା କୋଭିଡର ନୂଆ ଷ୍ଟ୍ରେନ କି ନାହିଁ। ବର୍ତ୍ତମାନ ସ୍ଥିତିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯାହା ଗାଇଡ୍ ଲାଇନ ଅଛି ତାକୁ ପାଳନ କରନ୍ତୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ