ରାଜ୍ୟ

ବ୍ରାହ୍ମଣୀ ନଦୀଶଯ୍ୟା ଏବେ ତଣ୍ଡିବଣ, ବର୍ଷାଋତୁରେ ବି ନଦୀଶଯ୍ୟା ଶୁଷ୍କ

ବରୀ : ଯାଜପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଅସ୍ତିତ୍ବ ହରାଇବାକୁ ବସିଛି। ବର୍ଷାଋତୁରେ ସବୁ ନଦୀରେ ପାଣି ଥିଲା ବେଳେ ଏହି ନଦୀ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି। ‌କେବଳ ସେତିକି ନୁହେଁ, ନଦୀଶଯ୍ୟା ଏବେ ତଣ୍ଡିବଣରେ ଭରିଯାଇଛି। ଯେଉଁଆଡ଼େ ଦେଖିଲେ ଘାସ ଅରମା ବଣ। ଜେନାପୁରଠାରେ ନଦୀ ଦୁଇଭାଗ ହୋଇ ଗୋଟିଏ ବ୍ରାହ୍ମଣୀ ଏବଂ ଅନ୍ୟଟି ଖରସ୍ରୋ​ତା ଭାବେ ପରିଚିତ। ବାଲିସ୍ତୂପ ଯୋଗୁଁ ଯାଜପୁର ଜିଲ୍ଲାର ଜେନାପୁରଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ନଦୀଶଯ୍ୟାରେ ପାଣି ନାହିଁ। ଛୋଟିଆ ଧାରରେ ପାଣି ବହୁଛି। ଏହାଦ୍ବାରା ନଦୀର ଦୁଇ ପାର୍ଶ୍ବରେ ଥିବା ଜନବସତିର ଚାଷବାସଠାରୁ ଜୀବନ ଧାରଣ ଉପରେ ବହୁମାତ୍ରାରେ ପ୍ରଭାବ ପଡ଼ୁଛି।

ନଦୀଗର୍ଭ ଶୁଷ୍କ ପଡ଼ିଥିବାରୁ ଏହା ଲୋକମାନଙ୍କ ପାଇଁ ଡଷ୍ଟବିନ୍ ପାଲଟି ଯାଇଛି। ଜନବସତିର ଯାବତୀୟ ଅଳିଆ ଅବର୍ଜନା ସେଥିରେ ପଡୁଛି। ଏହାର ପାର୍ଶ୍ବରେ ଗଢ଼ି ଉଠିଥିବା କଳକାରଖାନାର ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶ୍ରିତ ବର୍ଜ୍ୟ ନଦୀପାଣିରେ ମିଶି ଆହୁରି କ୍ଷତିକାରକ ସାଜିଛି। ନଦୀର ଦୁଇ ପାର୍ଶ୍ବରେ ଥିବା ଜିଲ୍ଲାର ଏକାଧିକ ବ୍ଲକ୍‌ର ଜନବସତିରେ ଜଳସ୍ତର କ୍ରମାଗତ ହ୍ରାସ ପାଉଥିବାରୁ ଗାଁ ଗାଁରେ ପାନୀୟଜଳ ସଂକଟ ସୃଷ୍ଟି ହେଉଛି। ବର୍ଷତମାମ ନଦୀରେ ପାଣି ଆସୁ ନଥିବାରୁ ତଣ୍ଡିବୁଦା ତା’ର କାୟାମେଲାଇ ଚାଲିଛି।

ନଦୀରେ ପାଣି କମ୍‌, ବାଲିଗଦା ବେଶି ଦେଖାଯାଉଛି। ଧୀରେଧୀରେ ତାହା ଟାପୁରେ ପରିଣତ ହେଉଛି। ଫଳରେ ନଦୀର ଜଳଧାରଣ କ୍ଷମତା ମଧ୍ୟ କମି ଗଲାଣି। ଉପରମୁଣ୍ଡରୁ ହଠାତ ଅଧିକ ପାଣି ଆସିଲେ, ତାହା ବିଭିନ୍ନ ସ୍ଥାନରେ କୂଳ ଲଂଘି ବନ୍ୟାବିତ୍ପାତ ସୃଷ୍ଟି କରୁଛି। ସ୍ବଳ୍ପ ସମୟ ପାଇଁ ପାଣି ପ୍ରବାହିତ ହେବା ପରେ ନଦୀ ପୁଣି ଶୁଷ୍କ ପଡ଼ିଯାଉଛି। ଦୀର୍ଘ ବର୍ଷ ହେଲା, ବିଭିନ୍ନ ସଂଗଠନ ପକ୍ଷରୁ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ଜାରି ରହିଥିଲେ ବି ଏହାର କିଛି ପ୍ରଭାବ ପଡ଼ୁନାହିଁ। ଏହାକୁ ଚିରସ୍ରୋତା କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଛି। ମାତ୍ର ସରକାରଙ୍କ ଉଦାସୀନତା ପାଇଁ ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ମୃତ୍ୟୁ ଆଡ଼କୁ ଗତି କରୁଛି।

ଉଲ୍ଲେଖଯୋଗ୍ୟ ଯେ ବ୍ରାହ୍ମଣୀ ନଦୀର ପଙ୍କପାଳ, କଇଥା ନିକଟରୁ ଦୁଇଟି ବୃହତ୍‌ ପମ୍ପ ହାଉସ୍‌ ଜରିଆରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବଡ଼ବଡ଼ କାରଖାନାକୁ ଅନବରତ ପାଣି ଯୋଗାଣ ହେଉଛି। ଯୋକଡ଼ିଆ ନିକଟରେ ୩ ଟି ବଡ଼ ପମ୍ପ୍‌ ହାଉସ୍‌ ରହିଛି। ମୋଟ ୫ଟି ପମ୍ପ ହାଉସ୍‌ ଥିଲା ବେଳେ ସେଥିରୁ ଗୋଟିଏ (ଟାଟାର) ଜମି ସମସ୍ୟା ପାଇଁ ଚାଲୁନି। ଇଡ୍‌କୋର ପମ୍ପ୍‌ ହାଉସରୁ ମୈଥାନ, ରୋହିତ, ଟାଟା, ୟାଜଦାନୀ, ନ୍ୟୁ ଭିଷ୍ଟା, ସାଗର ସିମେଣ୍ଟ, ମେସ୍କୋ ପାଣି ନେଉଛନ୍ତି। ନୀଳାଚଳ, ଭିସା ଓ ଜିନ୍ଦଲର ନିଜସ୍ବ ପମ୍ପ ହାଉସ୍‌ ରହିଛି। ମିଶ୍ରିଲାଲ ଭୂତଳ ଜଳ ବ୍ୟବହାର କରୁଛି। ତେବେ ୪ଟି ପମ୍ପ ହାଉସ୍‌ ଜରିଆରେ ବ୍ରାହ୍ମଣୀର ବିପୁଳ ଜଳ ଶୋଷଣ କରାଯାଉଛି। ଏହାସହ ଲୁଚାଛପାରେ ଅନେକ ଇନ୍‌ଟେକ୍‌ ୱେଲ୍‌ ଖୋଳି କଳ କାରଖାନାକୁ ପାଣି ନିଆଯାଉଛି। କିଏ କେତେ ପାଣି ନେଲା, ସେ ସଂପର୍କରେ ଅନୁଧ୍ୟାନ କରାଯାଉନି। ଏ ସବୁର ପ୍ରଭାବ ବ୍ରାହ୍ମଣୀ ଉପରେ ପଡୁଛି। ଏହି କାରଣରୁ ବରୀ ଅଞ୍ଚଳରେ ବ୍ରାହ୍ମଣୀ ନଦୀଶଯ୍ୟା ଶୁଖିଲା ପଡ଼ିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।