ଅପରାଧ ରାଜ୍ୟ

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ

ଢେଙ୍କାନାଳ, ୦୮।୦୫: ତିନିଜଣ ସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ବ୍ରାହ୍ମଣୀ ନଦୀରେ ଘଟିଛି ଅଘଟଣ । ଜଣେ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସୌଭାଗ୍ୟ ବଶତଃ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟସ୍ଥ ବାଲି ପଡା ବ୍ରାହ୍ମଣୀ ଘାଟରେ ଘଟିଛି ଏହି ଅଘଟଣ । ନଦୀରେ ନିଖୋଜ ଥିବା ଛାତ୍ର ଜଣଙ୍କ ନୂଆପଡା ଗ୍ରାମର ସୁଧାବିନ୍ଦୁ ବେହେରା ଓ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି ।

ତେବେ ନୂଆପଡାର ମୁନା ସାହୁ ଓ ସୁଭମ ଜେନା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଉଭୟ ସୁସ୍ଥ ତଥା ସୁରକ୍ଷିତ ଅଛନ୍ତି । ସମସ୍ତ ୩ଜଣ ସାଙ୍ଗ ସ୍ଥାନୀୟ ରାଧାଦେଇପୁର ଉଚ୍ଚ ବିଦ୍ୟାଳୟର ଛାତ୍ର । ଆଜି ମଧ୍ୟାହ୍ନରେ ତିନିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ନଦୀର ଗଣ୍ଡରେ ପଡିଯିବାରୁ ସୁଧାବିନ୍ଦୁ ଆଉ ବାହାରି ପାରିନଥିଲେ। ଫଳରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ମୁନା ସାହୁ ଓ ଶୁଭମ ଜେନା ପାଟି କରିବାରୁ ନଦୀ ଘଟ ପାଖରେ ଥିବା ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଂଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।