ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ : ଦୋକାନ ସମ୍ମୁଖରେ ଲାଗିବ ‘ନୋ ମାସ୍କ, ନୋ ଏଣ୍ଟ୍ରି’ ଓ ‘ନୋ ମାସ୍କ, ନୋ ଗୁଡ୍‌ସ’ର ବୋର୍ଡ

ବ୍ରହ୍ମପୁର ୧୯।୦୭: ବଢୁଛି କରୋନା ସଂକ୍ରମଣ । କଠୋଇ ହେଲା ବ୍ରହ୍ମପୁର ମହାନଗର ନିଗମ । ଏଣିକି ସହରରେ ବାଧ୍ୟତାମୂଳକ ହେଲା ମାସ୍କ । ଯଦି କେହି ବି କୋଭିଡ଼ ନିୟମକୁ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଦଣ୍ଡିତ ମଧ୍ୟ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ଦୋକାନୀ ଦୋକାନ ସମ୍ମୁଖରେ ‘ନୋ ମାସ୍କ, ନୋ ଏଣ୍ଟ୍ରି’ ଓ ‘ନୋ ମାସ୍କ, ନୋ ଗୁଡ୍‌ସ’ର ଫଳକ ଲଗାଇବେ । ମାସ୍କ୍ ନଥିଲେ ଦୋକାନ, ବଜାର, ଅନୁଷ୍ଠାନରେ କର୍ମଚାରୀଙ୍କୁ ଭିତରେ ପ୍ରବେଶ ନିଷେଧ। ମାସ୍କ୍ ନଥିଲେ ଗ୍ରାହକଙ୍କୁ ଜିନିଷ ମନା। ଏହାସହିତ ସହରର ସମସ୍ତ ପେଟ୍ରୋଲ ପମ୍ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ ପେଟ୍ରୋଲ ମନା । ଏପିରିକି ବାହାରେ ମଧ୍ୟ ଛେପ ପକାଇବାକୁ ମନା। ବଜାର ଅଞ୍ଚଳ, ମାର୍କେଟ୍ କଂପ୍ଲେକ୍ସ, ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍‌, ମଲ୍, ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ସବୁଠି ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ନିର୍ଦ୍ଦେଶ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ