ଅପରାଧ ରାଜ୍ୟ

ବ୍ରହ୍ମପୁର: ଛାତ୍ରୀ ମୃତ୍ୟୁ ଘଟଣା ରହସ୍ୟ ବଢ଼ୁଛି

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ବିତି ସାରିଲାଣି। ଅଥଚ ପୁଲିସ ମୃତ୍ୟୁର କାରଣ ଖୋଜି ପାଇପାରୁ ନାହିଁ। ଏହି ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁକରି ମୃତ ଦୀପ୍ତିଲତାଙ୍କ ମା’ ଜ୍ୟୋତ୍ସ୍ନାରାଣୀ ଦାସ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହିଁ। ସେପଟେ ଝିଅ ଦୀପ୍ତିଲତାଙ୍କ ପରିବାରବର୍ଗ ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଡାକ୍ତରଖାନା କିଏ ନେଲେ ସିସି କ୍ୟାମେରା ଫୁଟେଜ୍‌ ଦେଖାନ୍ତୁ?
ତଦନ୍ତ ଚାଲିଛି, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା:ଏସ୍‌.ପି.

ମୃତ ଛାତ୍ରୀଙ୍କ ପରିବାର ଗଣମାଧ୍ୟମ ନିକଟରେ ମୁହଁ ଖୋଲିଛନ୍ତି। କହିଛନ୍ତି, ଗତ ୧୩ତାରିଖରେ ଝିଅ ସହିତ କ’ଣ ଘଟିଛି, ସେ ନେଇ କେହି କିଛି ସ୍ପଷ୍ଟ ସୂଚନା ଦେଉନାହାନ୍ତି। ଏଥିସହିତ, ଘଟଣାଦିନ ଝିଅକୁ କିଏ କେ‌ତେବେଳେ ଡାକ୍ତରଖାନାରେ ଭର୍ତ୍ତି କଲା ତା’ର ପ୍ରମାଣ ନହେଲେ ସିସି କ୍ୟାମେରା ଫୁଟେଜ୍‌ ପ୍ରଦାନ କରାଯାଉ। ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ସେମାନେ ପୂରା ଅନ୍ଧାରରେ ରହିଥିବା କହିଛନ୍ତି। ସେମାନଙ୍କ ସ୍ବର ସହିତ ସ୍ବର ମିଳାଇ ଗ୍ରାମବାସୀ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୀପ୍ତିଲତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ତେବେ, ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତରେ ମିଳିଥିବା ପ୍ରମାଣକୁ ଆଧାର କରି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌. କହିଛନ୍ତି। ଅନ୍ୟପଟେ, ବ୍ରହ୍ମପୁର ସହରରେ ବାରମ୍ବାର ରାଗିଂ ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍ଏଚ୍‌ଆର୍‌ସି ଏହି ପିଟିସନ୍‌ ଗ୍ରହଣ କରି ୮ ସପ୍ତାହ ମଧ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଆଙ୍କୋଲି ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲେ। ଗତ ୧୩ତାରିଖରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।