ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ଆଇଜର୍‌ର କୃତିତ୍ୱ: ଉଦ୍ଭାବନ କଲେ ନୂଆ କରୋନା ଟିକା ‘ଏଭିସ୍‌କୋଭାକ୍‌’

ବ୍ରହ୍ମପୁର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ଆଇଜର୍‌ ଓ ପଶ୍ଚିମବଙ୍ଗ ଆସାନ୍‌ସୋଲ୍‌ ସ୍ଥିତ କାଜି ନାର୍ଜୁଲ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତିଭାବେ ପ୍ରାୟ ୨ ବର୍ଷ ଗବେଷଣା କରି ଏକ ଟିକା ଉଦ୍ଭାବନ କରିବାରେ ସକ୍ଷମ ହୋଇଛନ୍ତି। ଏହାର ନାମ ‘ଏଭିସ୍‌କୋଭାକ୍‌’ ରଖାଯାଇଛି। ଆଗାମୀ ଦିନରେ କରୋନାର ସମସ୍ତ ନୂଆ ପ୍ରଜାତି (ଭ୍ୟାରିୟାଣ୍ଟ) ସହ ଲଢ଼ିବା ସହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏହାକୁ ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।

ବ୍ରହ୍ମପୁର ଆଇଜର୍‌ କେମିକାଲ୍‌ ସାଇନ୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍‌ ଡ.ମଳୟ କୁମାର ରାଣାଙ୍କ ସହ ଏହି ବିଭାଗର ଦୁଇ ପିଏଚ୍‌ଡି ଛାତ୍ର ଡ.ପାର୍ଥସାରଥି ସେନଗୁପ୍ତ, ସରୋଜ କୁମାର ପଣ୍ଡା ଓ କାଜି ନାର୍ଜୁଲ୍‌ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଅଭିଜ୍ଞାନ ଚୌଧୁରୀ, ସୁପ୍ରଭାତ ମୁଖାର୍ଜିଙ୍କ ମିଳିତ ଉଦ୍ୟମ ଏବଂ ଗବେଷଣାରେ ଏହି ଟିକା ଉଦ୍ଭାବନ ହୋଇଛି। କମ୍ପ୍ୟୁଟର୍‌ ସିମୁଲେସନ୍ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି। ଗତବର୍ଷ ଜୁଲାଇ ୩୦‌ରେ ଏହାକୁ ଅର୍ନ୍ତଜାତୀୟ ପତ୍ରିକା ‘ଜର୍ନାଲ୍ ଅଫ ମଲେକ୍ୟୁଲାର୍‌ ଲିକୁଇଡ୍‌’ରେ ‌ସ୍ଥାନିତ କରିବା ପାଇଁ ଆବେଦନ କରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ଗତ ଜାନୁଆରି ୩୧ରେ ଏସମ୍ପର୍କିତ ସନ୍ଦର୍ଭ ଉକ୍ତ ପତ୍ରିକାରେ ପ୍ରକାଶ ପାଇଛି। ଆଗାମୀ ଦିନରେ ଏହାର ପେଟେଣ୍ଟ୍ କରାଯିବ। ଆବଶ୍ୟକ ଟ୍ରାଏଲ୍ (ପରୀକ୍ଷା) ପାଇଁ ଆଇସିଏମ୍‌ଆରକୁ ଆବେଦନ କରାଯିବ। ଆର୍ଥିକ ସହାୟତା ମିଳିଲେ ଏହି ଟିକା ପ୍ରସ୍ତୁତ କରାଯାଇ ଟ୍ରାଏଲ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ଆଇଜର୍‌ ପିଏଚ୍‌ଡି ଛାତ୍ର ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ