ରାଜନୀତି ରାଜ୍ୟ

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ୩ ଦଳରୁ ଟିକେଟ୍‌ ଦୌଡ଼ରେ ୮ ନେତା

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କେଉଁ ଦଳରୁ କିଏ ଟିକେଟ୍‌ ପାଇବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ୮ ଜଣ ନେତା ଏବେ ଟିକଟ ଦୌଡ଼‌ରେ ସାମିଲ୍‌ ହୋଇଥିବା ଜଣାପଡ଼ିଛନ୍ତି। ବିଜେଡିର ଦିବଂଗତ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏବେ ବିଧାୟିକା ଅଛନ୍ତି। ୨୦୨୨ ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ସେ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ହେଲେ ଯୁବ ଚେହେରା ଭାବେ ଜୟନ୍ତ ଦୀକ୍ଷିତ ଓ ବିଶ୍ବନାଥ ନାୟକଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ବିଜେଡିରୁ ବହିଷ୍କୃତ ନେତା ତଥା ପୂର୍ବ ବିଧାୟକ ଅନୁପ ସାଏ ମଧ୍ୟ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଲାଣି।

ବିଜେପିରେ ମଧ୍ୟ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଦଳର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଏହି ଦୌଡ଼ରେ ରହିଛନ୍ତି। ମାତ୍ର ଯୁବ ଚେ‌ହେରା ରାଧେଶ୍ୟାମ ପ୍ରଧାନ, ସୁଜିତ ସିଂହ ଓ ବିଶ୍ବଜିତ ଷଡ଼ଙ୍ଗୀଙ୍କ ନାମ ହାଇକମାଣ୍ଡଙ୍କ ସାମ୍ନାରେ ରହିଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ଆସନରୁ ଲଢ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ। କଂଗ୍ରେସ ପକ୍ଷରୁ ପୁରୁଣା ମୁହଁ କିଶୋର ପଟେଲ ପୁଣିଥରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ବେଲପାହାଡ଼ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା ବି ଟିକଟ ଦୌଡ଼ରେ ରହିଛନ୍ତି। ଆଗାମୀ ନିର୍ବାଚନରେ ୩ ପ୍ରମୁଖ ଦଳ ନୂଆ ଏଜେଣ୍ଡା ସହ ସ୍ଥାନୀୟ ନେତା ତଥା ଯୁବ ଚେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି। ଜିଲ୍ଲା ବିଜେଡ଼ି ସଭାପତି ରବି ସିଂଙ୍କ କହିବା କଥା, ଟିକେଟ୍‌ ନିଷ୍ପତ୍ତି କେବଳ ଦଳର ମୁଖିଆ ନେବେ। କ’ଣ ଚର୍ଚ୍ଚା ହେଉଛି, ତାହା ବି‌ଶେଷ ଗୁରୁତ୍ବବହନ କରେନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର