ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ସମସ୍ୟା ଓ ନେତୃତ୍ବ ବଦଳାଇପାରେ ଭବିଷ୍ୟତ

ଝାରସୁଗୁଡ଼ା : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ସମସ୍ୟାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ତେବେ, ଲୋକଙ୍କୁ ଆଶ୍ବାସନା ଦେବାକୁ ଏଠି ନେତା ନାହାନ୍ତି। ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ଅଳକା ମହାନ୍ତି ଦିବଙ୍ଗତ ସ୍ବାମୀ କିଶୋର ମହାନ୍ତିଙ୍କ ସଂଗଠନ ଭରସାରେ ରହିଥିବା ବେଳେ ବିଜେପି ଓ କଂଗ୍ରେସର ନେତୃତ୍ବ ନେବାକୁ ଏଠାରେ କେହି ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ସମାଧାନ ହୋଇପାରୁ ନଥିବା ସମସ୍ୟା ଓ ନେତୃତ୍ବ ସଙ୍କଟ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଭବିଷ୍ୟତ ବଦଳାଇ ଦେଇପାରେ।

ଆଗାମୀ ନିର୍ବାଚନରେ ୩ ପ୍ରମୁଖ ଦଳ ନୂଆ ଏଜେଣ୍ଡା ସହ ନୂଆ ମୁହଁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଆକଳନ ହେଉଛି। ଜିଲ୍ଲାର ଲଖନପୁର ବ୍ଲକ, ବେଲପାହାଡ଼, ବ୍ରଜରାଜନଗର ସମେତ ଝାରସୁଗୁଡ଼ା ସଦର ବ୍ଲକର କିଛି ଅଞ୍ଚଳକୁ ନେଇ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ। ଲଖନପୁର ବ୍ଲକ୍‌ ବିଭାଜନ ଦାବି ୨୦୦୯ ମସିହା ନିର୍ବାଚନଠାରୁ ଜୋର୍‌ ଧରିଛି। ଅନେକ ଆନ୍ଦୋଳନ, ଧାରଣା ସହ ପ୍ରତିଟି ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟୁଛି। ଲଖନପୁର ବ୍ଲକ୍‌ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୫୦ କିମିରୁ ଅଧିକ ହେଉଥିବାରୁ ଏଠାରେ ଏକ ବଡ଼ ହସ୍ପିଟାଲ, ଶବ ବ୍ୟବଚ୍ଛେଦ କେନ୍ଦ୍ର ନିର୍ମାଣ ପାଇଁ ଦାବି ହେଉଛି। ସେହିପରି ଇବ୍‌ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ, ବେଲପାହାଡ଼ରେ ହସ୍ପିଟାଲ ସ୍ଥାପନ, କୃଷକଙ୍କ ସମସ୍ୟା, କୋଇଲା ଖଣି ବିସ୍ଥାପିତଙ୍କ ସମସ୍ୟା ଲାଗିରହିଛି। ପାଉଁଶ ଡମ୍ପିଂକୁ ବନ୍ଦ କରିବାକୁ ବାରମ୍ବାର ଦାବି ହୋଇଆସୁଛି। ନିର୍ବାଚନ ସମୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ହେଁ, ଅଦ୍ୟାବଧି ଏହାର ସମାଧାନ ହୋଇପାରିନି।

୨୦୧୪ ନିର୍ବାଚନ ପୂର୍ବରୁ ଅନୁପ ସାଏ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିହେଲ ହେଁ ଏଠାରୁ ଆଖିଦୃଶିଆ ଭୋଟ୍‌ ପାଇଥିଲା । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ହୋଇଥିବା ୨୦୨୨ ଉପନିର୍ବାଚନରେ କଂଗ୍ରେସ ୨୭,୮୩୧ ଭୋଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଥିଲା। ମାତ୍ର ଏବେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କିଶୋର ମହାନ୍ତିଙ୍କ ପରେ ବିଜେଡିରୁ ତାଙ୍କ ସ୍ତ୍ରୀ ଅଳକା ମହାନ୍ତି ଉପନିର୍ବାଚନରେ ଛିଡ଼ା ହୋଇ ବାଜିମାତ୍‌ କରିଛନ୍ତି ସତ ମାତ୍ର ଦଳରେ ଅଳକାଙ୍କ ସ୍ଥିତି ଯେ ବେଶ ସୁଦୃଢ଼ ତାହା କହାଯାଇପାରିବନାହିଁ। ଦଳୀୟ କର୍ମୀ ଓ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ନିକଟରେ ଅନେକ ସମୟରେ ପହଞ୍ଚିପାରୁ ନ ଥିବା ଆଲୋଚନା ହେଉଛି। ଜିଲ୍ଲା ବିଜେପି ସଭାପତି ପଦ ଖାଲି ପଡ଼ିଥିବା ବେଳେ ଅସୁସ୍ଥତା କାରଣରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଆଉ ଘରୁ ବାହାରୁନାହାନ୍ତି କି କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି। ବିଜେପି ଅଞ୍ଚଳର କିଛି ଯୁବ ନେତାଙ୍କ ଭରସାରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।