ରାଜ୍ୟ

ବୋହୂ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍, ଚାଲିଗଲା ଜୀବନ

ଭାପୁର: ଏମତି ବି ମୃତ୍ୟୁ ଆସେ। ବସକୁ ଅପେକ୍ଷା କରିଥିବା ବେଳେ ବୋହୂଙ୍କ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍ । ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ତାଙ୍କର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଭାପୁର ବ୍ଲକ୍ କରଡାପଲ୍ଲୀ ଛକରେ। ମୃତ ବୃଦ୍ଧା ହେଲେ କରଡ଼ାପଲ୍ଲୀ ଗ୍ରାମର ତୁଷାର ବେହେରାଙ୍କ ସ୍ତ୍ରୀ ହୁଲ୍ଲାସ ବେହେରା(୫୮)।
ହୁଲ୍ଲାସ ବେହେରା ଓ ତାଙ୍କ ବୋହୂ ସୁଷମା ଆଜି ସକାଳେ ଭୁବନେଶ୍ବର ଯିବା ଲାଗି ବସକୁ ଅପେକ୍ଷା କରି କରଡାପଲ୍ଲୀ ଛକରେ ଠିଆ ହୋଇଥିଲେ । ଏହି ସମୟରେ ଖଣ୍ଡପଡ଼ା ଆଡ଼ୁ ଭୁବନେଶ୍ବର ଭାୟା କଟକ ଅଭିମୁଖେ ଯାଉଥିବା ‘କୁମାର’ ନାମକ ଘରୋଇ ବସ୍ ହୁଲ୍ଲାସଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ଘଟାଇବା ପରେ ଅବଶ୍ୟ ଗାଡ଼ି ଚାଳକ  ବେଗୁନିଆ ଥାନା ଧଳାପଥର ଫାଣ୍ଡିରେ ବସ୍ ସହ ଆତ୍ମସମର୍ପଣ କରିଥଲେ। ଏଣେ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।