ଅପରାଧ ରାଜ୍ୟ

ବୈଶିଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ: ଶୋଇଥିବାବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପାଟୁଳିପୁରା ପଞ୍ଚାୟତ ମଧୁନଣ୍ଡା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଉକ୍ତ ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ସାସମଲଙ୍କୁ ତାଙ୍କ ଘର ବାରଣ୍ଡାରେ ରାତିରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ହାଣି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ନିଜ ୨ ପୁଅ ଓ ସ୍ତ୍ରୀଙ୍କ ସହିତ ରାତ୍ରୀଭୋଜନ ସାରି ସବୁଦିନ ପରି ନିଜ ଘର ବାରଣ୍ଡାରେ ଏକୁଟିଆ ଶୋଇଥିଲେ ଦେବେନ୍ଦ୍ର ଏବଂ ତାଙ୍କ ପୁଅମାନେ ଓ ସ୍ତ୍ରୀ ଘର ଭିତରେ କବାଟ ଦେଇ ଶୋଇଥିଲେ। ବୃତ୍ତିରେ ଦେବେନ୍ଦ୍ର ଜଣେ ଭଲ ଚାଷୀ ଓ ପନିପରିବା ବ୍ୟବସାୟ କରି ନିଜର ଜୀବିକା ଅର୍ଜନ କରୁଥିଲେ। ରାତିରେ ଘର ବାରଣ୍ଡାରେ ପୁଅମାନଙ୍କର ବାଇକ ଓ ସାଇକେଲ ସବୁ ରହୁଥିବାରୁ ଚୋରି ଭୟରେ ଦେବେନ୍ଦ୍ର ରାତିରେ ସେହି ବାରଣ୍ଡାରେ ହିଁ ଶୋଇ ଆସୁଥିଲେ।

ଗ୍ରାମବାସୀ ଓ ପରିବାରବର୍ଗଙ୍କ କହିବାନୁଯାୟୀ, ସେ ବହୁତ ଭଲ ଲୋକ ଥିଲେ କାହା ସହିତ ତାଙ୍କର ଶତ୍ରୁତା ବି ନଥିଲା। ତାଙ୍କ ପୁଅ ରତ୍ନାକରଙ୍କ କହିବା ମୁତାବକ ସେ ରାତି ପ୍ରାୟ ୨ଟା ସମୟରେ ଶବ୍ଦ ଶୁଣି କବାଟ ଖୋଲି ଘର ବାହାରକୁ ଆସିଥିଲେ ଓ ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁବରଣ କରି ଘର ବାରଣ୍ଡାରେ ପଡ଼ିଥିବା ଦେଖିଥିଲେ। କୌଣସି ଧାରୁଆ ମାରଣାସ୍ତ୍ରରେ ଦେବେନ୍ଦ୍ରଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦିଆଯାଇଥିଲା। ସେ ତୁରନ୍ତ ତାଙ୍କ ଭାଇ ଓ ମାଆଙ୍କୁ ଡାକି ଉଠାଇଥିଲେ ଏବଂ ପଡ଼ୋଶୀଙ୍କୁ ମଧ୍ୟ ଖବର ଦେଇଥିଲେ। ଏଣେ ଖବର ପାଇ ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।