ଅପରାଧ ରାଜ୍ୟ

‘ବୈବାହିକ ବଳାତ୍କାର’ର ଅପରାଧୀକରଣ; ଦିଲ୍ଲୀ ହାଇକୋର୍ଟ ଦେଲେ ବିଭାଜିତ ରାୟ; ମାମଲା ଯିବ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଏଥିସହ ହାଇକୋର୍ଟରେ ଏହି ମାମଲା ଆଗତ କରିଥିବା ଆବେଦନକାରୀଙ୍କୁ ମାମଲାର ଚୂଡ଼ାନ୍ତ ରାୟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି ବୁଧବାର ହାଇକୋର୍ଟର ଏକ ଖଣ୍ଡପୀଠରେ ହୋଇଥିଲା। ତେବେ, ଏହି ଖଣ୍ଡପୀଠର ନେତୃତ୍ୱ ନେଇଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶକଧେର ବୈବାହିକ ବଳାତ୍କାର ବ୍ୟତିକ୍ରମକୁ ହଟାଇବାକୁ ସମର୍ଥନ କରିଥିବା ବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ସି ହରି ଶଙ୍କର କହିଥିଲେ ଯେ ଆଇପିସି ଅଧୀନରେ ବ୍ୟତିକ୍ରମ ଅସାମ୍ବିଧାନିକ ନୁହେଁ ଏବଂ ଏହା ଏକ ଅଜ୍ଞାତ ଭିନ୍ନତା ଉପରେ ଆଧାରିତ।

ଆବେଦନକାରୀ ଆଇପିସିର ଧାରା ୩୭୫ (ବଳାତ୍କାର) ଅନୁଯାୟୀ, ବୈବାହିକ ବଳାତ୍କାରର ଅପରାଧୀକରଣର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଆଗତ କରିଥିଲେ। ଆଗତ ମାମଲାରେ ଆବେଦନକରୀ ଦର୍ଶାଇଥିଲେ ଯେ ଏହା ବିବାହିତ ମହିଳାମାନଙ୍କ ପ୍ରତି ଭେଦଭାବ କରିଛି। ଯେଉଁ ମହିଳାମାନେ ସେମାନଙ୍କ ସ୍ୱାମୀମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୁଅନ୍ତି ସେମାନେ ନାବାଳିକା ନୁହନ୍ତି; ସାବାଳିକା ବିବାହିତା ମହିଳା। ତେଣୁ, ଆଇପିସିର ଧାରା ୩୭୫ରେ ଦିଆଯାଇଥିବା ବ୍ୟତିକ୍ରମରେ, ପତ୍ନୀଙ୍କ ସହିତ ଜଣେ ପତିିଙ୍କ ଦ୍ୱାରା ଯୌନ ସମ୍ପର୍କ କିମ୍ବା ଯୌନ କାର୍ଯ୍ୟକୁ ବଳାତ୍କାର ବୋଲି ବିବେଚନା କରାଯାଇ ପାରିବ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।