ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବୈଜ୍ଞାନିକ ପ୍ରସ୍ତୁତ କଲେ ପାଳଙ୍ଗ ଯାହା ପଠାଇବ ଇ-ମେଲ୍, ବିସ୍ଫୋରକ ପଦାର୍ଥ ଶୁଙ୍ଘିବାରେ ସକ୍ଷମ

ଭୁବନେଶ୍ୱର ୦୩/୦୨ : ଶୀତ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ଏହାକୁ ଆପଣ ଦୈନନ୍ଦିନ ଆହାରରେ ସାମିଲ କରିପାରିବେ। ପାଳଙ୍ଗରେ ଭିଟାମିନ-ସି, ଖଣିଜ, ମାଙ୍ଗାନିଜ, ଫାଇବର, ମ୍ୟାଗନେସିୟମ ଆଦି ଭରପୁର ମାତ୍ରାରେ ରହିଛି। ପାଳଙ୍ଗ ଶାଗ ହାଡ ମଜବୁତ କରିଥାଏ। ପାଳଙ୍ଗ ଶାଗ ସେବନ ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ବୈଜ୍ଞାନିକ ପାଳଙ୍ଗରୁ ଏକ ନୂଆ କାମ ଖୋଜିଛନ୍ତି। ଆପଣ ବିଶ୍ୱାସ କରିବେନି କିନ୍ତୁ (MIT) ବୈଜ୍ଞାନିକ ପାଳଙ୍ଗ ଶାଗକୁ ସେନ୍ସରରେ ପରିଣତ କରିଛନ୍ତି। ଏହି ସେନ୍ସର ଇ-ମେଲ ମାଧ୍ୟମରେ ବୈଜ୍ଞାନିକଙ୍କୁ ସୂଚନା ଦେବାରେ ସକ୍ଷମ।


ଆମେରିକାର ପ୍ରତିଷ୍ଠିତ ମେସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT) ବୈଜ୍ଞାନିକ ଏମିତି ଏକ ପାଳଙ୍ଗ ପ୍ରସ୍ତୁତ କରିଛନ୍ତି ଯାହା ଇ-ମେଲ ପଠାଇବାରେ ସକ୍ଷମ। ଏମଆଇଟି ବୈଜ୍ଞାନିକ ନାନୋଟେକ୍ନୋଲୋଜି ସାହାଯ୍ୟରେ ପାଳଙ୍ଗକୁ ଖାସ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଛନ୍ତି। ଏହି ପାଳଙ୍ଗ ଏକ ସେନ୍ସର ଭଳି ଯାହା ବିସ୍ଫୋରକ ପଦାର୍ଥ ଶୁଙ୍ଘିବାରେ ସକ୍ଷମ। ବୈଜ୍ଞାନିକ କହିଛନ୍ତି ଯେ ବିସ୍ଫୋରକ ପଦାର୍ଥ ସମ୍ପର୍କରେ ସୂଚନା ମିଳିଲେ ପାଳଙ୍ଗ ଇ-ମେଲ ସାହାଯ୍ୟରେ ବୈଜ୍ଞାନିକଙ୍କୁ ସୂଚାଇ ଦେଇପାରିବ।

ବୈଜ୍ଞାନିକ ପାଳଙ୍ଗରେ ଏହି ସେନ୍ସର ଏଇଥିପାଇଁ ପ୍ରସ୍ତୁତ କରିଛନ୍ତି, କାରଣ ପାଳଙ୍ଗରେ ବହୁ ମାତ୍ରାରେ ଆଇରନ ଓ ନାଇଟ୍ରୋଜେନ ଅଛି ଯାହା ଉତପ୍ରେରକ ଭୂମିକା ଗ୍ରହଣ କରିବାରେ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ। ବୈଜ୍ଞାନିକ ପାଳଙ୍ଗକୁ ଜୁସ କରି, ଓ ପାଉଡର କଲେ ଯେପରିକି ତାକୁ ନାନୋସିଟ୍ସରେ ପରିଣତ କରିହେବ। ଆମେରିକା ବୈଜ୍ଞାନିକ ଏହି ଅବିଷ୍କାରକୁ ମାନବ ଓ ବୃକ୍ଷଲତା ମଧ୍ୟରେ ସମ୍ବାଦର ଆରମ୍ଭ ବୋଲି କହିଛନ୍ତି। ଭବିଷ୍ୟତରେ ଏହି ଟେକ୍ନୋଲୋଜି ସାହାଯ୍ୟରେ ଅନେକ ସମ୍ଭାବନାର ଦ୍ୱାର ଖୋଲିବ ବୋଲି କହିଛନ୍ତି।

ଏହି ଖବରକୁ @euronewsliving ଟ୍ୱିଟ କରିବା ପରେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ୟୁଜର୍ସ ବିଜ୍ଞାନ ଦୁନିଆରେ ଏହି ବିଚିତ୍ର ଆବିଷ୍କାରକୁ ନେଇ ନାନା ପ୍ରତିକ୍ରିୟା ରଖିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ