ଖେଳ ଦେଶ ବିଦେଶ

ବେୟର୍ଣ୍ଣ ମ୍ୟୁନିକ୍‌ ଜିତିଲା କ୍ଲବ୍‌ ବିଶ୍ବକପ୍‌ ଟ୍ରଫି

ଜୁରିକ୍: ବୁନ୍ଦେସଲିଗା ବିଜେତା ବେୟର୍ଣ୍ଣ ମ୍ୟୁନିକ୍‌ ଗୁରୁବାର ଫିଫା କ୍ଲବ୍‌ ବିଶ୍ବକପ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ଏହ‌ି ଦଳ ମେକ୍ସିକୋ ଟାଇଗର୍ସକୁ ୧-୦ ଗୋଲ୍‌ରେ ପରାସ୍ତ କରି ଟ୍ରଫି ହାତେଇନେଇଛି। ବେଞ୍ଜାମିନ ପାଭାର୍ଡ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ୫୯ ମିନିଟ୍‌ରେ କରିଥିଲେ। ଉତ୍ତର ଓ କେନ୍ଦ୍ରୀୟ ଆମେରିକାର ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିବା ଟାଇଗର୍ସ ଦଳ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ମ୍ୟୁନିକ୍‌ ଦଳ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଲା। ପ୍ରଶିକ୍ଷକ ହାନ୍‌ସି ଫ୍ଲିକ୍‌ଙ୍କ ଅଧୀନରେ ବେୟର୍ଣ୍ଣ ମ୍ୟୁନିକ୍‌ ମଧ୍ୟ ଷଷ୍ଠ ଟ୍ରଫି ଜିତିଛି। ଗୋଟିଏ ଋତୁରେ ୬ ଟ୍ରଫି ଜିତିବାର ଗୌରବ ବହନ କରିଥିବାରୁ ଫ୍ଲିକ୍‌ ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ