ଖେଳ ଦେଶ ବିଦେଶ

ବେୟରଷ୍ଟୋଙ୍କ ରକେଟ୍ ଥ୍ରୋ ରେ ଆଉଟ୍ ହେଲେ ପାଣ୍ଡ୍ୟା, ମିଲରଙ୍କ ଉପରେ ସୁଝାଇଲେ ରାଗ, ଭିଡିଓ ଭାଇରାଲ

ମୁମ୍ବାଇ, ୦୯/୦୪: ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ ଜାରି ରହିଛି । ଦଳ ଶୁକ୍ରବାର ପଞ୍ଜାବ କିଙ୍ଗସକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ହୋଇଥିଲା । କାରଣ ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ ହୋଇଥିଲେ । ଫଳରେ ଗୁଜୁରାଟର ବିଜୟ କଷ୍ଟକର ହୋଇ ପଡିଥିଲା ।କିନ୍ତୁ ରାହୁଲ ତେଓ୍ୱାତିଆଙ୍କ ଛକା ଟାଇଟନ୍ସକୁ ଦେଇଥିବା ବିଜୟ ଉପହାର ।

ରନ୍ ଆଉଟ୍ ହେଲା ପରେ ରାଗିଗଲେ ହାର୍ଦ୍ଦିକ

ମ୍ୟାଚର ଶେଷ ଓଭରରେ ବୋଲିଂ କରୁଥିଲେ ଓଡିୟନ ସ୍ମିଥ୍ । ଷ୍ଟ୍ରାଇକରେ ଥିଲେ ଡେଭିଡ୍ ମିଲର୍ । ଓଭରର ପ୍ରଥମ ବଲରେ ବିଟ୍ ହୋଇଥିଲେ ମିଲର୍ । କିନ୍ତୁ ଷ୍ଟ୍ରାଇକ୍ ବଦଳାଇବା ପାଇଁ ରନ୍ ନେଇଥିଲେ । ଏହାମଧ୍ୟରେ ଓ୍ୱିକେଟ୍ କିପର ଜନୀ ବେୟରଷ୍ଟୋ ଓ୍ୱିକେଟ୍ ପଛରୁ ଥ୍ରୋ କରିଥିଲେ । ବଲ ଷ୍ଟମ୍ପରେ ବାଜିଥିଲା । ସେତେବେଳେ ହାର୍ଦ୍ଦିକ ଷ୍ଟ୍ରାଇକର ଏଣ୍ଡରେ ପହଁଚି ନଥିଲେ । ଫଳରେ ସେ ଆଉଟ୍ ହୋଇଯାଇଥିଲେ ।

ଆଉଟ୍ ହେଲା ପରେ ପାଣ୍ଡ୍ୟା ସାଥି ଖେଳାଳି ମିଲରଙ୍କ ଉପରେ ରାଗି ଯାଇଥିଲେ । ତେବେ ରନ୍ ନେବା ପାଇଁ ହାର୍ଦ୍ଦିକ ହିଁ କହିଥିଲେ । ଡେଭିଡ୍ ମିଲରମଧ୍ୟ ହାର୍ଦ୍ଦିକଙ୍କ ପ୍ରତିକ୍ରିୟା ଦେଖି ଚକିତ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏ ଘଟଣାର ଭିଜିଓ ଖୁବ୍ ଭାଇରାଲ ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ