ଦେଶ ବିଦେଶ ମନୋରଞ୍ଜନ

ବୋଲ୍ଡନେସ୍‌ର ସବୁ ସୀମା ପାର୍‌ କଲେ ଉର୍ଫି, ପିନ୍ଧିଲେ ଏମିତି ଆଉଟ୍‌ଫିଟ୍‌

ମୁମ୍ବାଇ ୨୯।୦୭: ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ପ୍ରଶଂସକ ବହୁତ । ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ଏକ ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର ମଧ୍ୟ ଏବେ ଅତରଙ୍ଗୀ ଅନ୍ଦାଜ୍‌ର ଫଟୋ ଭାଇରାଲ୍‌ ହୋଇଛି।

ଉର୍ଫି ଜାଭେଦ୍ ପୁଣି ଥରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ଉର୍ଫି ଅଖା, ତାର, କାଚ, ଫଟୋ ଭଳି ଅନେକ ଜିନିଷରୁ ପୋଷାକ ତିଆରି କରିଛନ୍ତି । ଏଥର ସେ ଯାହା ପିନ୍ଧିଛନ୍ତି ତାହାକୁ କେହି ପିନ୍ଧିବାକୁ କଳ୍ପନା ମଧ୍ୟ କରି ପାରିବେ ନାହିଁ । ବର୍ତ୍ତମାନ ଉର୍ଫି ପୁଣି ମୁମ୍ବାଇରେ ନଜର ଆସିଥିଲେ ଏବଂ ଏହି ସମୟରେ ସେ କ’ଣ ପିନ୍ଧିଥିଲେ ତାହା ଦେଖି ସମସ୍ତଙ୍କ ଆଖି ଖୋଲା ରହିଯାଇଥିଲା । ଉର୍ଫି ଏଥର କିଛି ନୂଆ ଉପାୟ ଆପଣାଇଛନ୍ତି। ଅଭିନେତ୍ରୀଙ୍କ ଏହି ଲୁକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ସବୁଜ ରଙ୍ଗର ସ୍ୱିଇମ ସୁଟ୍‌ ପରି ପୋଷାକ ପିନ୍ଧିଛି ଏବଂ ଅଣ୍ଟାରୁ ଏକ ଦଉଡିର ସ୍କର୍ଟ୍ ତିଆରି କରାଯାଇଛି । ଯାହାକୁ ପିନ୍ଧିଲେ ସବୁ କିଛି ଦେଖାଯାଉଛି। ଉର୍ଫି କାରରୁ ଓହ୍ଲାଇ ସେ ପିନ୍ଧିଥିବା ବ୍ଲେଜରକୁ ବାହାର କରିଦେଲେ । ଏହା ପରେ ସେ ଫଟୋ କ୍ଲିକ୍ କଲେ। ପଛରୁ ଉର୍ଫିଙ୍କ ଲୁକ୍ ଏତେ ବୋଲ୍ଡ ଯେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଉର୍ଫିଙ୍କୁ ହିଁ ଦେଖୁଥିଲେ । ଉର୍ଫିଙ୍କର ଏହି ଲୁକ୍ ଦେଖି ଏହା ସ୍ପଷ୍ଟ ଯେ ସେ ବର୍ତ୍ତମାନ ଧୀରେ ଧୀରେ ଅଧିକ ବୋଲ୍ଡ ହେବାକୁ ଯାଉଛନ୍ତି। ଆଗାମୀ ସମୟରେ ତାଙ୍କର ବୋଲ୍ଡ ଅବତାରରେ ଆହୁରି ମଧ୍ୟ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ