ଅପରାଧ ରାଜ୍ୟ

ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

ଲମତାପୁଟ, ୧୧|୦୯: ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯଲାପୁଟ ଗ୍ରାମ ଅଞ୍ଚଳରୁ ହାଇଦ୍ରାବାଦକୁ ଅଭିନବ ଉପାୟରେ ଗଞେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ । ୪ ମାଫିଆ ଅଟକ ।

ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ବୋଲେରୋକୁ ଅଟକାଇଥିଲା। ଦୁଇଟି ଗାଡିକୁ ଯାଞ୍ଚ କରିବାରୁ ପୋଲିସକୁ କିଛି ବି ମିଳିନଥିଲା । କିନ୍ତୁ ଉଭୟ ବୋଲେରୋ ଗାଡ଼ିର ସିଲିଂ କପଡା ଭିନ୍ନ ଭିନ୍ନ କଲର ଥିବାରୁ ପୋଲିସ ସନ୍ଦେହ କରି ଶିଲିଂକୁ କାଢିଥିଲା । ଏହା ପରେ ସେଥିରେ ସ୍ଵତନ୍ତ୍ର ଚାମ୍ବରରେ ଛୋଟ ଛୋଟ ପକେଟରେ ବିପୁଳ ଗଞ୍ଜେଇ ମିଳିଥିଲା ।

ଦୁଇଟି ଗାଡିରୁ ୨ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ୪ ଅଭିଯୁକ୍ତ କର୍ଣ୍ଣାଟକ ଅଞ୍ଚଳ କଳ୍ପା ଦାଣ୍ଡେ , ସିଶେ ରାଓ ଆଡେ , ୱାମନ୍ ରାଓ , ମାରୁତି ଚାୱାନ୍ ବୋଲି ଜଣା ପଡିଛି । ଏମାନେ ଅନେକ ଥର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରି ଆସୁଥିଲେ। ଏଥିରେ ସ୍ଥାନୀୟ ମାଫିଆ ସଂପୃକ୍ତ ଅଛନ୍ତି ସେମାନ ଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।