ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଳାଭୂମିରୁ ସଂଦିଗ୍ଧ ବିଦେଶୀଙ୍କୁ ଟେକିନେଲା ପୁଲିସ୍‌

ପୁରୀ: ପୁରୀ ବେଳାଭୂମିରେ ବୁଲୁଥିବା ଜଣେ ବିଦେଶୀ ଯୁବକ କ୍ଷତାକ୍ତ ଯୁବକକୁ ସମୁଦ୍ରକୂଳ ଥାନା ପୁଲିସ ଧରିନେଇଛି। ସେ କିର୍‌ଗିଜସ୍ତାନର ରାଜଧାନୀ ବିସ୍‌କେକ୍‌ ଉଲୁ ଉଲୁକବେକ୍‌ ବୋଲି ପରିଚୟ ଦେଇଛନ୍ତି। ତାଙ୍କ ଭିସା ଅବଧି ସରିଯାଇଥିବା ବେଳେ ଭିସା କିମ୍ବା ପାସ୍‌ପୋର୍ଟ ନାହିଁ। ଏହା ଚୋରି ହୋଇଯାଇଛି ବୋଲି ସେ କହିଛନ୍ତି। ତେବେ ଏହି ବିଦେଶୀ ନାଗରିକ ଦେଇଥିବା ବୟାନ କେତେଦୂର ସତ୍ୟ, ସେନେଇ ପୁଲିସ ତଦନ୍ତ କରୁଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ଉଲୁ ଉଲୁକବେକ୍‌ କହିଛନ୍ତି ଯେ ୪ବର୍ଷ ତଳେ ସେ ପାଠ ପଢ଼ିବା ପାଇଁ ଭାରତକୁ ଆସିଥିଲେ।

ଏଠାରେ ଇସ୍କନ୍‌ ସଂସ୍ପର୍ଶରେ ଆସି ସେ ଇସ୍କନ ଭକ୍ତ ହୋଇଯାଇଥିଲେ। ଉତ୍ତରପ୍ରଦେଶରେ ରହୁଥିବା ବେଳେ ତାଙ୍କ ପାସ୍‌ପୋର୍ଟ ଓ ଭିସା ଚୋରି ହୋଇଯାଇଥିଲା। ତେଣୁ ସେ ପାସ୍‌ପୋର୍ଟ ଓ ଭିସା ପାଇବା ପାଇଁ ଦିଲ୍ଲୀରେ ଥିବା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ମାତ୍ର ସେଠାରେ ଉଲୁ ଉଲୁକବେକ୍‌ଙ୍କୁ ସହଯୋଗ ମିଳି ନଥିଲା। ଓଲଟା ୫୦ ହଜାର ଟଙ୍କା ଆଣିଲେ ଦେଶକୁ ଫେରାଇ ନିଆଯିବ ବୋଲି କୁହାଯାଇଥିଲା। ତେଣୁ ସେ ସ୍ବଦେଶକୁ ଫେରିବା ପାଇଁ ସିଂହଦ୍ବାର ସମ୍ମୁଖରେ ଶ୍ରଦ୍ଧାଳୁମାନଙ୍କୁ ପାଣି ବୋତଲ ବିକ୍ରି କରି ନିଜର ପେଟ ପୋଷୁଛନ୍ତି ବୋଲି କହିଛନ୍ତି। ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପତି ସମୁଦ୍ର କୂଳ ଥାନାକୁ ଆସି ତାଙ୍କୁ ପଚରାଉଚରା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।