ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବେରୁଟ୍‌କୁ ଗାଜାରେ ପରିଣତ କରିଦେବୁ: ହିଜ୍‌ବୋଲ୍ଲାକୁ ନେତାନ୍ୟାହୁଙ୍କ ସତର୍କବାଣୀ

ତେଲ୍‌ ଆଭିଭ୍‌: ଇସ୍ରାଏଲ୍‌ ସହିତ ତୃତୀୟ ଲେବାନନ୍‌ ଯୁଦ୍ଧ ଆରମ୍ଭ ନ କରିବା ଲାଗି ଇରାନ୍‌ ସହିତ ସମ୍ପର୍କ ରଖିଥିବା ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୋଲ୍ଲାକୁ କଡ଼ା ସତର୍କବାଣୀ ଶୁଣାଇ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

ସୂଚନାଯୋଗ୍ୟ, ହିଜ୍‌ବୋଲ୍ଲାର ‘ଗାଇଡେଡ୍‌ ମିସାଇଲ୍‌’ ମାଡ଼ରେ ଉତ୍ତର ଇସ୍ରାଏଲ୍‌ର ଜଣେ ୬୦ ବର୍ଷିୟ ଇସ୍ରାଏଲୀ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକଥା କହିଛନ୍ତି।

ସେ କହିଛନ୍ତି, ଯଦି ହିଜ୍‌ବୋଲ୍ଲା ଯୁଦ୍ଧ ଆରମ୍ଭ କରେ ତେବେ, ଏଠାରୁ ଅଦୂରରେ ଥିବା ବେରୁଟ୍‌ ଓ ଦକ୍ଷିଣ ଲେବାନନ୍‌କୁ ଇସ୍ରାଏଲ୍‌ ଏକାକୀ ଗାଜା ଓ ଖାଁ ୟୁନିସ୍‌ରେ ପରିଣତ କରିଦେବ।

benjamin netanyahu warning to hezbollah israel hamas war
Image Courtesy of India Today

ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌ ଓ ‘ଆଇଡିଏଫ୍‌’ର ‘ଚିଫ୍‌-ଅଫ୍‌-ଷ୍ଟାଫ୍‌’ ଜେନେରାଲ୍‌ ହେର୍ଜି ହାଭେଲି ଓ ନର୍ଦନ୍‌ କମାଣ୍ଡ୍‌ ହେଡ୍‌କ୍ବାଟର୍ସ ସେକ୍ଟର୍‌ର ମୁଖ୍ୟ ମେଜର୍‌ ଜେନେରାଲ୍‌ ଓରି ଗର୍ଡିନ୍‌ଙ୍କ ସହିତ ‘ଆଇଡିଏଫ୍‌’ର ‘ନର୍ଦନ୍‌ କମାଣ୍ଡ୍‌ ହେଡ୍‌କ୍ବାଟର୍ସ’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଉପରୋକ୍ତ ସତର୍କବାଣୀ ଶୁଣାଇଛନ୍ତି।

ତା’ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଗର୍ଡିନ୍‌ ଉପର ଗାଲିଲିରେ ଥିବା ‘ଆର୍ଟିଲାରି ବ୍ୟାଟେରି’ ପରିଦର୍ଶନରେ ଯାଇ ଉତ୍ତର ସୀମାନ୍ତରେ କର୍ତ୍ତବ୍ୟରତ ସୈନିକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ କହିଲେ, ଆମେ ବିଜୟ ହାସଲ କରିବାକୁ ସଙ୍କଳ୍ପବଦ୍ଧ ଓ ଆପଣମାନଙ୍କ ସହାୟତାରେ ବିଜୟ ହାସଲ କରିବୁ।

ସୂଚନାଯୋଗ୍ୟ, ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ପ୍ରବଳ ହେବା ବ‌େଳେ ହିଜ୍‌ବୋଲ୍ଲା ହମାସ୍‌କୁ ସମର୍ଥନ କରିଛି। ତେଣୁ, ଇସ୍ରାଏଲ୍‌ ଓ ହିଜ୍‌ବୋଲ୍ଲା ମଧ୍ୟରେ ସୀମାପାରି ଗୁଳିଗୋଳା ବିନିମୟ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। କିନ୍ତୁ, ଯୁଦ୍ଧ ବ୍ୟାପକ ଆଞ୍ଚଳିକ ଯୁଦ୍ଧ ହୋଇଯିବାର ଆଶଙ୍କା ଥିବା ମନେକରି ହିଜ୍‌ବୋଲ୍ଲା ହମାସ୍‌ ସହିତ ମିଶି ପୂର୍ଣ୍ଣ ସାମରିକ ଅଭିଯାନ ଚଳାଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ