ରାଜ୍ୟ ସ୍ପେଶାଲ ରିପୋର୍ଟ

ବେନିୟମ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ଅଙ୍କୁଶ କେବେ?

ରାଉରକେଲା: ରାଉରକେଲାରୁ ପଡ଼ୋଶୀ ରାଜ୍ୟକୁ ଏକାଧିକ ବସ୍‌ ଚଳାଚଳ କରୁଛି। ବିଶେଷକରି ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରକୁ ଅନେକଗୁଡ଼ିଏ ବସ୍‌ ଯିବାଆସିବା କରୁଛି। କିନ୍ତୁ ଏକାଧିକ ବସ୍‌ ପରିବହନ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି। ତେଲ ସଞ୍ଚୟ ଆଳରେ କେତେବେଳେ ନିର୍ଦ୍ଧାରିତ ରାସ୍ତାରେ ଯାଉନଥିବାବେଳେ ବହୁ ସମୟରେ ମନଇଚ୍ଛା ଭଡ଼ା ନେଉଛନ୍ତି। ଏନେଇ କିନ୍ତୁ ରାଉରକେଲା ପରିବହନ କର୍ତ୍ତୃପକ୍ଷଙ୍କ ନିଘା ନାହିଁ।
ପ୍ରତ୍ୟହ ରାଉରକେଲାରୁ ରାୟପୁର(ଛତିଶଗଡ଼), ରାଞ୍ଚି(ଝାଡ଼ଖଣ୍ଡ) ଓ ପାଟନା(ବିହାର) ଆଦି ଅଞ୍ଚଳକୁ ପ୍ରାୟ ୧୪/୧୫ଟି ବସ୍‌ ଚାଲୁଛି। ଝାଡ଼ଖଣ୍ଡ-ବିହାରକୁ ଯିବାକୁ ବସ୍‌ଗୁଡ଼ିକୁ ରାଉରକେଲା-ବୀରମିତ୍ରପୁର-ସିମଡେଗା(ରାଞ୍ଚି) ରାସ୍ତା ପାଇଁ ଅନୁମତି ମିଳିଛି। ମାତ୍ର ବହୁ ସମୟରେ ବସ୍‌ଗୁଡ଼ିକ ଏହାର ଖିଲାପ କରୁଛନ୍ତି। ଏହି ବସ୍‌ଗୁଡ଼ିକ ରାଉରକେଲା-ବନ୍ଧମୁଣ୍ଡା-ବିଶ୍ରା-ଜରୈକେଲା ଦେଇ ଯାଉଥିବା ଦେଖିବାକୁ ମିଳେ। ଉଲ୍ଲେଖଯୋଗ୍ୟ ବୀରମିତ୍ରପୁର ରାସ୍ତା ଦେଇ ବସ ଚଳାଚଳ କଲେ, ପାଖିପାଖି ୧୦୦ କିଲୋମିଟର ଅଧିକ ବୁଲିବାକୁ ପଡ଼ିବ; ଯଦ୍ବାରା ଉଭୟ ତେଲ ଓ ସମୟ ନଷ୍ଟ ହେବା ସ୍ବାଭାବିକ୍‌। ଏହାସହ ଯାତ୍ରୀମାନଙ୍କଠାରୁ ମନମର୍ଜି ଅଧିକ ଭଡ଼ା ଆଦାୟ କରିବାର ଅଭିଯୋଗ ବି ଢ଼େର୍‌ ପୁରୁଣା। ଭଡ଼ା ଅଧିକ ନିଆଯାଉଛି; କିନ୍ତୁ ନିୟମାନୁଯାୟୀ ଟିକେଟ୍‌ ବି ଦେଉନାହାନ୍ତି।

ରାଉରକେଲାରୁ ବିଭିନ୍ନ ଅଞ୍ଚଳକୁ ଗଡ଼ୁଥିବା ବସ୍‌ରେ ସାମାନ୍ୟତମ ଯାଞ୍ଚ୍‌ ହେଉନଥିବାରୁ ଯାତ୍ରୀ ଶୋଷଣ ସୀମା ପାର୍‌ ହେଲାଣି। ଏମିତିକି ଦୁଇ ଦିନ ପୂର୍ବେ ଜଣେ ବରିଷ୍ଠ ନାଗରିକ ଓ ତାଙ୍କ ପୁଅଙ୍କୁ ଦୁଇ ବସ୍‌ କର୍ମଚାରୀ ମାଡ଼ପିଟ କରିବାସହ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ ନେଇ ଥାନାରେ ଏତଲା ହୋଇଥିଲା। ବିଗତ ଦିନରେ ଝାଡ଼ଖଣ୍ଡର ସିମଡେଗା ଅଞ୍ଚଳକୁ ଚାଲୁଥିବା ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଘଟଣାର ବି ପର୍ଦ୍ଦାଫାସ ହୋଇଥିଲା। ଏମିତିକି ଅନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ବସ୍‌ଗୁଡ଼ିକ କୋଭିଡ୍ କଟକଣା ଉଲ୍ଲଂଘନ କରି ଜରିମାନା ଦେଇଥିବାର ବି ନଜିର ରହିଛି। ଏବେ କିନ୍ତୁ ଏମାନଙ୍କ ପାଇଁ ସବୁ ଖୋଲାମେଲା। ଏସବୁ ଅବ୍ୟବସ୍ଥା ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନ ପଡ଼ିବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ନିୟମିତ ବ୍ୟବଧାନରେ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଅଙ୍କୁଶ ଲଗାଇବାକୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ସମ୍ଭବତଃ ବସ୍‌ ମାଲିକ ଓ ପରିବହନ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ହିଁ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୁଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।