ଅପରାଧ ରାଜ୍ୟ

ବେଧଡ଼କ ଚାଲିଥିଲା ଜୁଆ ଖେଳ, ଚଢାଉ କରି ୮ଜଣଙ୍କୁ ବାନ୍ଧିଲା ପୋଲିସ

ବାଲିପାଟଣା ୧୬।୦୫ : ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ଖେଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ଓ ବାଇକ୍‌କୁ ଜବତ କରିଛି ପୋଲିସ । କିଛି ଜୁଆଡ୍ଡି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବାଲିଅନ୍ତା ଟେଲକପଡ଼ା ନିକଟରେ ଦୀର୍ଘ ଦିନ ଧରି ଚାଲିଥିଲା ଜୁଆ ଆଡ୍ଡା । ଏନେଇ ରବିବାର ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିଥିଲା ପୋଲିସ । ବାଲିଅନ୍ତା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ଟୋଲକପଡ଼ାରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଘଟଣାସ୍ଥଳରୁ ଆଉ କିଛି ଜୁଆଡ୍ଡି ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୭ଟି ମୋବାଇଲ୍‌ ସହ ବାଇକ ଓ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।