ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବେଙ୍ଗାଲୁରୁ: ୱେବ୍ ଫାର୍ମ ସିଇଓ ଓ ଏମ୍‌ଡିଙ୍କୁ ହତ୍ୟା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ନୂଆ ଇଣ୍ଟରନେଟ କମ୍ପାନିର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ହତ୍ୟା କରାଯାଇଛି। ମଙ୍ଗଳବାର ଅପରାହ୍ଣରେ ସହରର ଉତ୍ତରପୂର୍ବ ଅଞ୍ଚଳର ଅମୃତାହାଲିଠାରେ ଘଟିଥିବା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସେମାନଙ୍କର ପୂର୍ବତନ ସହକର୍ମୀ ଓ ଅନ୍ୟ ଦୁଇଜଣ ତାଙ୍କର କର୍ମଚାରୀ।

ଉତ୍ତରପୂର୍ବାଞ୍ଚଳ ଡିସିପି ଲକ୍ଷ୍ମୀପ୍ରସାଦ କହିଛନ୍ତି, ଏରୋନିକ୍ସ ଇଣ୍ଟରନେଟ କମ୍ପାନିର ସିଇଓ ବିନୁ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ଫଣୀନ୍ଦ୍ର ସୁବ୍ରମଣ୍ୟମଙ୍କୁ ତାଙ୍କର ପୂର୍ବତନ ସହକର୍ମୀ ଓ ଦୁଇଜଣ କର୍ମଚାରୀ ତାଙ୍କ କାର୍ଯ୍ୟାଳୟରେ ଧାରୁଆ ଅସ୍ତ୍ରରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ଦୁହିଙ୍କୁ ହସ୍ପିଟାଲ ନିଆଯିବା ବେଳେ ବାଟରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ହେଉଛି ଫେଲିକ୍ସ ଯାହା ସହ ଉଭୟ ଆଗରୁ ଏକାଠି କାମ କରୁଥିଲେ। ଫେଲିକ୍ସକୁ ସହଯୋଗ କରିଥିବା ଅନ୍ୟ ଦୁଇଜଣଙ୍କ ପରିଚୟ ଏଯାଏ ଜଣାପଡ଼ି ନାହିଁ କିନ୍ତୁ ସେମାନେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ସନ୍ଦେହ କରାଯାଉଛି। ବ୍ୟବସାୟିକ ଶତ୍ରୁତାକୁ ନେଇ ଫେଲିକ୍ସ ଏପରି କାଣ୍ଡ ଘଟାଇଥିବା ଏରୋନିକ୍ସର କର୍ମଚାରୀମାନେ ପୁଲିସ ଆଗରେ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ