ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବେଙ୍ଗାଲୁରୁ ସିଇଓ, ଏମ୍‌ଡି ହତ୍ୟା: ସମସ୍ତ ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀର ସିଇଓ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ହତ୍ୟା କରିଥିବା ସମସ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉକ୍ତ ଅଭିଯୁକ୍ତମାନେ ହେଉଛନ୍ତି ସାବରିଶ, ବିନୟ ରେଡ୍ଡି ଓ ସନ୍ତୋଷ।

ପୁଲିସର କହିବା ଅନୁସାରେ, ଉକ୍ତ ସିଇଓ ଓ ଏମ୍‌ଡିଙ୍କ ହତ୍ୟାକାରୀମାନଙ୍କ ସହ ଶତ୍ରୁତା ଥିଲା। ହତ୍ୟାର ଶିକାର ହୋଇଥିବା ଏରୋନିକ୍ସ ଇଣ୍ଟରନେଟ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଫଣୀନ୍ଦ୍ର ସୁବ୍ରମଣ୍ୟ ଓ ସିଇଓ ବିନୁ କୁମାର ପୂର୍ବରୁ ଯେଉଁ କମ୍ପାନିରେ କାମ କରୁଥିଲେ, ହତ୍ୟାକାରୀମାନେ ସେହି କମ୍ପାନିରେ କାମ କରନ୍ତି। ଫଣୀନ୍ଦ୍ର ଓ ବିନୁ ପୂର୍ବ କମ୍ପାନିରୁ ଇସ୍ତଫା ଦେଇ ନିଜର କମ୍ପାନି ଆରମ୍ଭ କରିଥିଲେ। କିନ୍ତୁ ସେମାନେ ପୂର୍ବ କମ୍ପାନିର ଗ୍ରାହକମାନଙ୍କୁ ନିଜର କରିନେବା ସହ ପୂର୍ବ କମ୍ପାନିର କର୍ମଚାରୀମାନଙ୍କୁ ମଧ୍ୟ ଡାକି ନିଜ କମ୍ପାନିରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ହତ୍ୟାକାରୀମାନେ ମଙ୍ଗଳବାର ଉଭୟ ଫଣୀନ୍ଦ୍ର ଓ ବିନୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଛୁରି ଭୁଷି ହତ୍ୟା କରିଥିଲେ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଶାବରିଶ ଯିଏ ନିଜକୁ ଜୋକର ଫେଲିକ୍ସ ବୋଲି କହିଥାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ