ଅପରାଧ ରାଜ୍ୟ

ବେକାରଙ୍କୁ ଲୁଟୁଛନ୍ତି ସିକ୍ୟୁରିଟି ସଂସ୍ଥା: ଦେଉନାହାନ୍ତି ସର୍ବନିମ୍ନ ଦରମା, ଅଧିକାଂଶର ନାହିଁ ଲେବର ଲାଇସେନ୍ସ

ରାଉରକେଲା: ସରକାରଙ୍କ ନୀତିନିୟମ ପାଳନ କରୁନାହାନ୍ତି ଘରୋଇ ସିକ୍ୟୁରିଟି ସଂସ୍ଥା। ଗୋଟିଏ କି ଦୁଇଟି ସଂସ୍ଥାରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ମାଳ ମାଳ ସିକ୍ୟୁରିଟି ସଂସ୍ଥାଗୁଡ଼ିକ ଏମିତି ବେଆଇନ କାମ କରୁଛନ୍ତି। ଦୈନିକ ୮ ଘଣ୍ଟା କାମ କରିବାର ସରକାରୀ ନିୟମ ରହଛି। କିନ୍ତୁ ସିକ୍ୟୁରିଟି ସଂସ୍ଥାଗୁଡ଼ିକୁ ଦୈନିକ ୧୨ରୁ ୧୪ ଘଣ୍ଟା କାମ କରାଉଛନ୍ତି। ପାରିଶ୍ରମିକ ଦେଉଛନ୍ତି ମାତ୍ର ୮ ଘଣ୍ଟାର। ତା’ ପୁଣି ମାସିକ ୭ ରୁ ୮ ହଜାର ଟଙ୍କା। କିଛି ନିର୍ଦ୍ଦିଷ୍ଟ ସିକ୍ୟୁରିଟି ସଂସ୍ଥା ୧୨ ଘଣ୍ଟାକୁ ମାସିକ ୫ରୁ ୬ ହଜାର ଟଙ୍କା ଦରମା ଦେଉଛନ୍ତି। ବର୍ଷ ବର୍ଷ ଧରି ବେକାରୀ ଯୁବକଯୁବତୀ ଘରୋଇ ସିକ୍ୟୁରିଟି ସଂସ୍ଥା ଶୋଷଣ କରି ଚାଲିଥିଲେ ହେଁ, କାର୍ଯ୍ୟାନୁଷ୍ଠାନ ଶୂନ।

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସଂସ୍ଥାରେ କାମ କରୁଥିବା ହଜାର ହଜାର ସିକ୍ୟୁରିଟି ଗାର୍ଡମାନେ ଦୈନିକ ୧୨ ଘଣ୍ଟା କାମ କରୁଛନ୍ତି। ହାତଗଣତି ୩/୪ଟି ଲାଇସେନ୍ସପ୍ରାପ୍ତ ସିକ୍ୟୁରିଟି ସଂସ୍ଥା ସରକାରଙ୍କ ନୀତି ନିୟମକୁ ପାଳନ କରୁଛନ୍ତି। ‌ଅନ୍ୟ କେତେକ ସିକ୍ୟୁରିଟି ସଂସ୍ଥାର ଲାଇସେନ୍ସ, ପିଏଫ୍‌ ପଞ୍ଜିକରଣ, ଇଏସ୍ଆଇ, ଲେବର ଲାଇସେନ୍ସ ଥିବା ସତ୍ବେ ସିକ୍ୟୁରିଟି ଗାର୍ଡଙ୍କୁ ସର୍ବନିମ୍ନ ମଜୁରି ଦେଉ ନାହାନ୍ତି। ବିନା ଲାଇସେନ୍ସରେ ଚାଲୁଥିବା ଏସବୁ ସିକ୍ୟୁରିଟି ସଂସ୍ଥା ଉପରେ ଜିଲ୍ଲା ପୁଲିସର କୌଣସି ଅଙ୍କୁଶ ରହୁନି। ସୁନ୍ଦରଗଡ଼ର ରାଉରକେଲା ସହର ସମେତ ବିଭିନ୍ନ ବ୍ଲକରେ କାର୍ଯ୍ୟାଳୟ ଖୋଲି ଲୁଟି ଚାଲିଛନ୍ତି। ରାଉରକେଲା ସମେତ ଶିଳ୍ପାଞ୍ଚଳରେ କାମ କରୁଥିବା କିଛି ଘରୋଇ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିବା ଅନେକ ସିକ୍ୟୁରିଟି ଗାର୍ଡମାନେ ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାରୀ ନିୟମ ଅନୁଯାୟୀ ପ୍ରାଇଭେଟ୍‌ ସିକ୍ୟୁରିଟି ରେଗୁଲେଟିଂ ଆକ୍ଟ ଅନୁଯାୟୀ ଲାଇସେନ୍ସ ପାଇଁ ସ୍ଥାନୀୟ ଏସ୍‌ପିଙ୍କ ଅଫିସରେ ଆବେଦନ କରିବାକୁ ପଡିଥାଏ।

ଏଥିପାଇଁ ମାଲିକଙ୍କୁ ନିଜର ସଂସ୍ଥାର ଟ୍ରେନିଂ ‌ସେଣ୍ଟର, ପିଏଫ୍‌ ପଞ୍ଜିକରଣ, ଇଏସ୍ଆଇ, ଲେବର ଲାଇସେନ୍ସ ଆଦି କାଗଜପତ୍ର ଦାଖଲ କରିବା ବାଧ୍ୟତାମୂଳକ। କିନ୍ତୁ ଶତାଧିକ ସିକ୍ୟୁରିଟି ସଂସ୍ଥା ବର୍ଷ ବର୍ଷ ଧରି ବେଆଇନ ଭାବେ କାର୍ଯ୍ୟାଳୟ ଖୋଲି ବସିଛନ୍ତି।ଏମାନଙ୍କ ପାଖରେ ଲାଇସେନ୍ସ ସହ ପିଏଫ୍‌, ଇଏସ୍ଆଇ, ଲେବର ଲାଇସେନ୍ସ ମଧ୍ୟରୁ କୌଣସି ଗୋଟିଏ ହେଲେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା ଅନେକ ଘରୋଇ ସିକ୍ୟୁରିଟି ସଂସ୍ଥା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନାରେ ଶହ ଶହ ସିକ୍ୟୁରିଟି ଗାର୍ଡକୁ ନିଯୁକ୍ତି ଦେଇଛନ୍ତି। ଏସବୁ ସିକ୍ୟୁରିଟି ସଂସ୍ଥା ସରକାରଙ୍କ ବିଭିନ୍ନ ବିଭାଗରୁ ସିକ୍ୟୁରିଟି ପିଛା ମାସିକ ଯେତିକି ଟଙ୍କା ପାଉଛନ୍ତି, ତା’ର ଅଧା କାମ କରୁଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ଦେଉଛନ୍ତି। ସରକାର କାର୍ଯ୍ୟାଳୟ ଅଧିକାରୀ ଓ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କ ଭିତିରି ସଲାସୁତୁରା ଏସବୁ ବେଆଇନ କାମ ଚାଲୁଥିବାରୁ ନିରୀହ ସିକ୍ୟୁରିଟି ଗାର୍ଡମାନେ ସର୍ବନିମ୍ନ ମଜୁରି ପାଉ ନାହାନ୍ତି। ଅନେକ ସମୟରେ ସର୍ବନିମ୍ନ ମଜୁରି ଦେବାକୁ ନେଇ ସିକ୍ୟୁରିଟି ସଂସ୍ଥା ଓ ଗାର୍ଡମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ତଥାପି ସିକ୍ୟୁରିଟି ସଂସ୍ଥାଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।