ଅପରାଧ ରାଜ୍ୟ

ବେଆଇନ ଗୋରୁ ଚାଲାଣ ହେଉଥିଲା, ମାଡିବସିଲା ପୋଲିସ: ୩୦ ରୁ ଅଧିକ ଗୋରୁ ସହ ୫ ପିକ୍ଅପ୍ ଭ୍ୟାନ ଜବତ

ଆନନ୍ଦପୁର ୩୦/୦୪ : ବେଆଇନ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ୱ ଗୋରୁ ଏବଂ ୫ ପିକ୍ଅପ ଭ୍ୟାନ ଜବତ ସହ ୧୧ ଗୋରୁ ବେପାରୀ ଅଟକ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ।

ଯଶୀପୁରକୁ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍ ଅଫିସର ୟସ ପ୍ରତାପ ସିମଲ ହସନପୁର ଟୋଲଗେଟ ନିକଟରେ ଚଢ଼ାଉ କରିଥିଲେ ।

ଅନେକ ସମୟରେ ଏହି ରାସ୍ତା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହେଇ ଆସୁଥିଲା । ଜବତ ଗୋରୁଙ୍କୁ ଗୋଶାଳାକୁ ପଠାଇବା ସହିତ ଅଟକ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ଏସଡିପିଓ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।