ଅପରାଧ ରାଜ୍ୟ

ବେଆଇନ କରତ କଳ ଉପରେ ଚଢାଉ : ଯନ୍ତ୍ରାଶଂ ସହ ବହୁ ଦାମୀ କାଠ ଜବତ

ବାଲିପାଟଣା ୨୦।୭: ବେଆଇନ କରତ କଳ ଉପରେ ଚଢାଉ । ବାଲିପାଟଣା ବନାଞ୍ଚଳ ଅନ୍ତର୍ଗତ ଧାନହରା ଏବଂ ଚଣାହଟ୍ଟା କରତକଳ ଉପରେ ଏକକାଳୀନ ଚଢାଉ କରିଛି ବନ ବିଭାଗ । ଚଢାଉରେ ଲକ୍ଷାଧିକ ଟଙ୍କାର କରତ କଳ ଯନ୍ତ୍ରାଶଂ ଏବଂ ବହୁ ଦାମୀ କାଠ ଜବତ କରିଛି ଫରେଷ୍ଟ ଭିଜିଲାନ୍ସ ।

ଦୀର୍ଘ ଦିନ ଧରି ଏହି ବେଆଇନ କରତ କଳ ଚାଲୁଥିଲା । ଅଭିଯୋଗ ପରେ ବୁଧବାର ସକାଳୁ ଚଢାଉ କରାଯାଇଛି । ଗ୍ୟାସ୍ କଟର ସହାୟତାରେ କରତ କଳ ମଟର, ଲୁହା ଫ୍ରେମ୍‌କୁ କଟାଯାଇଛି । କରତ କଳରେ ବ୍ୟବହୃତ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି । କରତ କଳକୁ ଚିରା ହେବାକୁ ଆସିଥିବା ଶାଗୁଆନ, ଜାମୁ, ଆକାଶୀ ଆଦି କାଠକୁ ଜବତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବେଆଇନ କରତ କଳ ଚଳାଇବା ଅଭିଯୋଗରେ ଧାନହରା କରତ କଳର କୃଷ୍ଣ ଚନ୍ଦ୍ର ପୃଷ୍ଟି ଏବଂ ଚଣାହଟ୍ଟା କରତ କଳର ଜୀତେନ୍ଦ୍ର ମହାନ୍ତିଙ୍କ ନାମରେ ମାମଲା ରୁଜୁ ହେବ ବୋଲି ଫରେଷ୍ଟ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।