ଅପରାଧ ରାଜ୍ୟ

ବେଆଇନ୍‌ ମଦ ଭାଟିରେ ଚଢାଉ, ୯ ଗିରଫ

ପାଟଣା ୦୪।୦୬ : ବେଆଇନ୍‌ ମଦ ଭାଟି ଉପରେ ଚଢାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରେ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ସମସ୍ତ ସାମଗ୍ରୀକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ସେହିପରି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଘଟଗାଁ ଥାନା କୁମୁଳାବାହାଳି ର ଜଗବନ୍ଧୁ ବେଣ୍ଟକାର, ଦୈତାରି ପାତ୍ର,ଗୋବିନ୍ଦ ମାଝୀ, ପାଟଣା ଥାନା କୁଣ୍ଡୁଳା ଗ୍ରାମର ଫୁଲ ପାହାଡ଼ି ସାହିର ଜିତୁ ମାଝୀ,ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗ୍ରାମର ସୁଶିଳା ପାତ୍ର,କିଆପଡା ଗ୍ରାମର ହୃଦାନନ୍ଦ ଦାସ, ରାଜନଗର ଗ୍ରାମର ଭଜୁ ମୁଣ୍ଡା ।

ସେପଟେ ପୁଟୁଳିଆ ଛକ ନିକଟରୁ ଏକ ବାଇକ୍ ଯୋଗେ ମହୁଲି ମଦ ଚାଲାଣ ହେଉଥିବା ସମୟରେ ପାଟଣା ଥାନା ବଡ଼ବିଲ ଗାଁର ସନ୍ଦୀପ ମହାନ୍ତ ଚନ୍ଦନ ନାଏକଙ୍କୁ ଗିରଫ କରାଯାଇଛି । ଏହାସହିତ ଏକ ପଲସର ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।