ଅପରାଧ ରାଜ୍ୟ

ବେଆଇନ୍ ଗୋ-ଚାଲାଣ ବେଳେ ଅଘଟଣ, ଟ୍ରକ ଚାପାରେ ୧୫ ଗୋରୁ ମୃତ

କେନ୍ଦୁଝର ୦୯/୦୯: କେନ୍ଦୁଝରରେ ବେଆଇନ୍ ଗୋରୁ ଚାଲାଣ କରାଯାଉଥିବା ସମୟରେ ଟ୍ରକ ଚାପାରେ ୧୫ ଗୋରୁ ମୃତ ୩ ଗୋରୁ ଗୁରୁତର । ଆଜି ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ପ୍ରାୟ ୫୦ ରୁ ୬୦ ଗୋରୁଙ୍କୁ ବେଆଇନ ଭାବେ ୪୯ ନମ୍ବର ଜାତୀୟ ରାଜପଥରେ ଚଲାଇ ଚଲାଇ ନିଆଯାଉଥିଲା । ଏହି ସମୟରେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ୧୫ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୋରୁ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକଟିର ଚକା ତଳେ ଏକାଧିକ ଗୋରୁ ଲାଗି ରହିଯିବାରୁ ଟ୍ରକଟି ସେହିଠାରେ ଅଟକି ରହିଯାଇଥିଲା । ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇ ଯାଇଛନ୍ତି ।

ସେପଟେ ବେଆଇନ ଗୋ ଚାଲାଣକାରୀ ମାନେ ମଧ୍ୟ ମୃତ ଓ ଆହତ ଗୋରୁଙ୍କୁ ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଗୋରୁଙ୍କୁ ରାସ୍ତାରୁ ହଟାଇବା ସହ ଆହତ ଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।