ଅପରାଧ ରାଜ୍ୟ

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଙ୍ଗଲକୁ ଯାଇଥିବାବେଳେ ହାବୁଡରେ ପଡିଯାଇଥିଲେ ଅଚ୍ୟୁତ

ଢେଙ୍କାନାଳ ୦୯/୦୫ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ମୃତଦେହକୁ ଜବତ କଲା ବନବିଭାଗ । ଜଣେ ବୃଦ୍ଧଙ୍କୁ ଅତି ବିଭତ୍ସ ଭାବେ ଦଳି ମାରିଦେଇଛି ହାତୀ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟସ୍ଥ ଜଙ୍ଗଲରେ ଘଟିଛି ଏହି ଘଟଣା । ମୃତକ ହେଲେ ହିନ୍ଦୋଳ ଏନଏସି ୱାର୍ଡ ନଂ.୧୫ ଆଳୁସିଂହ ର ଅଚ୍ୟୁତ ସାହୁ । ଗତ କାଲିଠାରୁ ଅଚ୍ୟୁତ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ।

ତେବେ ଜଙ୍ଗଲରେ ସେ ହାତୀ ହାବୁଡ଼ରେ ପଡି ଯାଇଥିବାରୁ ହାତୀ ତାଙ୍କୁ କଚାଡି ପାଦରେ ଦଳି ମାରିଦେଇଥିବା ଜଣାପଡିଛି । ବନ କର୍ମଚାରୀମାନେ ଆଜି ତାଙ୍କ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।