ଖେଳ ଦେଶ ବିଦେଶ

ବୁମ୍‌ରା ବିଶ୍ବର ସବୁଠୁ ହୁସିଆର ବୋଲର: ଅଖ୍‌ତର

ନୂଆଦିଲ୍ଲୀ : ଯଶପ୍ରୀତ୍ ବୁମ୍‌ରା ବର୍ତମାନ ବିଶ୍ବ କ୍ରିକେଟର୍ ସବୁଠାରୁ ହୁସିଆର୍‌ ବୋଲର। ତାଙ୍କ ଶରୀରରେ ନୁହେଁ ଲେନ୍‌ଥରେ ହିଁ ଆକ୍ରାମକ ରୂପ ରହିଥାଏ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର। ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାରେ ବୁମ୍‌ରା ୨ ଟେଷ୍ଟରୁ ୮ ୱିକେଟ୍ ନେଇ ପ୍ୟାଟ୍ କମିନ୍ସ ଓ ଆର୍ ଅଶ୍ବିନଙ୍କଠାରୁ ୨ ୱିକେଟ୍‌ ପଛରେ ରହିଛନ୍ତି। ଅଭିଜ୍ଞ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ବୁମ୍‌ରା ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେଉଛନ୍ତି। ମହମ୍ମଦ ଆମିର, ଏପରିକି ୱାସିମ୍ ଆକ୍ରମଙ୍କଠାରୁ ବି ବୁମ୍‌ରା ଭଲ। ମୁଁ ଦେଖିଥିବା‌ ଅନ୍ୟତମ ପ୍ରମୁଖ ବୋଲରଙ୍କ ମଧ୍ୟରେ ମହମ୍ମଦ ଅସିଫ୍ ମଧ୍ୟ ପ୍ରଭାବୀ। ତାଙ୍କୁ କିଭଳି ଖେଳିବି ବୋଲି ଦିନେ ଭିଭିଏସ୍ ଲକ୍ଷ୍ମଣ ବି କହିଥିଲେ। ଏସୀୟ ଟେଷ୍ଟ୍ ଚାମ୍ପିଅନସିପ୍ ବେଳେ ଏବି ଡି’ଭିଲିୟର୍ସ ବି କାନ୍ଦ କାନ୍ଦ ହୋଇଯାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ