ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାର ପ୍ରଥମାଷ୍ଟମୀ: ପୋଢ଼ୁଆଁ ହେବେ ବଡ଼ ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଭାର

ନିଆଳି୧୫/୧୧: ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ । ଅର୍ଥାତ୍ ପ୍ରଥମାଷ୍ଟମୀ । ପୋଢ଼ୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଗଲା ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଯାଇଛି । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।

ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ୧୫ ତାରିଖ ମଙ୍ଗଳବାର ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାରଯାତ୍ରା ବାହାରିଛି । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।

ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ତେବେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭୋଇ ସେବକ ମାନେ ଆଗରେ ପତାକା ଧରି ଚାଲିଥିଲେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇଥିଲେ । ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିଥିଲେ । ରାମତାଳି / ଲଉଡ଼ି ପ୍ରଦର୍ଶନ କରାଯାଇଛି । ଯାତ୍ରା ବାଟରେ ପ୍ରାୟ ୮୦ରୁ ଅଧିକ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।