ଦେଶ ବିଦେଶ ମନୋରଞ୍ଜନ

ବୁଧବାର ଦିନ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ: ଆଗାମୀ ବୁଧବାର ଅପରାହ୍ଣ ୨.୪୫ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେଣୁ, ବୁଧବାର ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ବିଚାରପତି ଭି.ଭି. ପାଟିଲ୍‌ ‘ଏନ୍‌ସିବି’କୁ ନିର୍ଦେଶ ଦେଇଛନ୍ତି।

ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍‌ୟନ୍‌ଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ଜାମିନ ଆବେଦନର ଉତ୍ତର ଦାଖଲ କରିବାକୁ ନୋଟିସ୍‌ ଦିଆଯିବା ପରେ ‘ଏନ୍‌ସିବି’ର କାଉନ୍‌ସେଲ୍‌ କହିଲେ ଯେ, ଗୁଡ଼ାଏ ଜାମିନ ଆବେଦନ ପଡ଼ି ରହିଥିବାରୁ ଏହାର ଜବାବ ଦାଖଲ କରିବାକୁ ସପ୍ତାହେ ସମୟ ଲାଗିବ। ଦଶହରା ପୂର୍ବରୁ ସେମାନେ ମାତ୍ର ଗୋଟିଏ ଜାମିନ ଆବେଦନର ଜବାବ ଦାଖଲ କରି ପାରିବେ।

ଆର୍‌ୟନ୍‌ ଖାନ୍‌ଙ୍କ ତରଫରୁ ହାଜର ହୋଇ ଓକିଲ ଅମିତ ଦେଶାଇ କହିଲେ, ସପ୍ତାହେ ହେବ ବ୍ୟକ୍ତିଜଣକ ଜେଲ୍‌ରେ ଅଛନ୍ତି। ଜାମିନ ଶୁଣାଣି ତଦନ୍ତ ଉପରେ ନିର୍ଭର କରେନାହିଁ। ମୁଁ ଜାମିନ ପାଇଁ ଯୁକ୍ତି ବାଢୁନାହିଁ, ଖାଲି ତାରିଖ ପାଇଁ ଯୁକ୍ତି କରୁଛି। ଏହାଛଡ଼ା, ପ୍ରଶାସନିକ କାରଣରୁ କୌଣସି ଲୋକର ସ୍ୱାଧୀନତା ଉପରେ ଆଞ୍ଚ୍‌ ଅଣାଯାଇ ପାରିବ ନାହିଁ।

ତେଣୁ, ଆଜି ଅପରାହ୍ଣ କିଂବା ଅତିବେଶୀରେ ଆସନ୍ତାକାଲି ଶୁଣାଣି କରିବା ଲାଗି ସେ ଅଦାଲତଙ୍କୁ ନିବେଦନ କରିଥିଲେ। ସେ ଅଦାଲତଙ୍କୁ ଆହୁରି ମଧ୍ୟ କହିଲେ, ସେମାନଙ୍କ ତଦନ୍ତ ଚାଲୁଥାଉ। ଯାହା ଜଣାପଡୁଛି ପିଲାଟିକୁ (ଆର୍‌ୟନ୍‌) ଅତି ବେଶୀରେ ବର୍ଷକ ପାଇଁ ଦଣ୍ଡବିଧାନ କରାଯାଇ ପାରେ। ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କି, ତାଙ୍କ ଠାରୁ କୌଣିସ ସାମଗ୍ରୀ ମିଳିନାହିଁ।

ଏହାର ପ୍ରତ୍ୟୁତ୍ତର ଦେଇ ସ୍ପେସାଲ୍‌ ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌’ ସେଠ୍‌ନା କହିଲେ, ଦେଶାଇ ତାଙ୍କ ମୁଦଲା ପାଇଁ ମାମଲା ରୁଜୁ କରିଥିବାରୁ ଆମେ କେବଳ ତାଙ୍କରି ପାଇଁ ଜବାବ ଦାଖଲ କରିବୁ। ଅନ୍ୟ ସମସ୍ତଙ୍କ ପାଇଁ ଜବାବ ଦାଖଲ କରିବାକୁ ସମର୍ଥ ହେବୁନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ