ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାରଠୁ ଦଶମ ସମେଟିଭ୍ -୧ ଆରମ୍ଭ, ପରୀକ୍ଷା ଦେବେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

କଟକ ୨୩।୧୧: ଆଜିଠାରୁ ଦଶମ ସମେଟିଭ୍ -୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଯେଉଁ ସବୁ ସେଣ୍ଟରରେ କପି ହେଉଥିବା ନଜିର ରହିଛି ସେଠି ଏହାକୁ ରୋକିବା ପାଇଁ ଅବଜରଭରଙ୍କୁ ରଖାଯାଇଛି।

ତେବେ ଚଳିତବର୍ଷ ପ୍ରାୟ ୫ଲକ୍ଷ ୪୦ ହଜାର ପିଲା ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଚଳିତ ବର୍ଷ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ନାହିଁ, ପାଖ ସ୍କୁଲ ରେ ହୋଇଥିବା ସେଣ୍ଟରରେ ପରୀକ୍ଷା ଦେବେ। ସମେଟିଭ-୧ ଏବଂ ସମେଟିଭ-୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ କହିଛି। ସମେଟିଭ-୧କୁ ଛାତ୍ର ଛାତ୍ରୀ ମାନେ ଗୁରୁତ୍ବର ସହ ନେଇ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଆଜି ପ୍ରଥମ ପରୀକ୍ଷା ଇଂରାଜୀ ରହିଥିବା ବେଳେ ପରୀକ୍ଷାର୍ଥୀ ମାନେ ୯ଟା ୨୫ ରେ ହଲରେ ପ୍ରବେଶ କରିବେ। ପରୀକ୍ଷାର୍ଥୀଙ୍କୁ ୯ଟା ୩୦ରେ ଓଏମଆର ଉତ୍ତର ସିଟ୍ ପ୍ରଦାନ କରାଯିବ। ୯ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।