ରାଜ୍ୟ ସ୍ପେଶାଲ ରିପୋର୍ଟ

ବୀରମିତ୍ରପୁରର ଦୁଃଖ ଜାତୀୟ ରାଜପଥ: ୬ ମାସରେ ଗଲାଣି ୭ ଜୀବନ

ରାଉରକେଲା: ଶେଷ ହେବାକୁ ଯାଉଛି ବୀରମିତ୍ରପୁର-ବାରକୋଟ୍‌ ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ। ବୀରମିତ୍ରପୁର-ବାରକୋଟ (୧୨୯ କିମି) ଜାତୀୟ ରାଜପଥର ଲାଠିକଟା, କୁଆରମୁଣ୍ଡା, ପାନ‌ପୋଷରେ ବାଇପାସ୍‌ ରାସ୍ତା ନିର୍ମାଣ ହୋଇଛି। ସାରନଗରୀ ରଙ୍ଗିଲା ଛକରେ ଫ୍ଲାଏଓଭର ବ୍ରିଜ୍‌ କରାଯାଇଛି। ହେଲେ ଜିଲ୍ଲାର ସର୍ବପୁରତନ ସହର ବୀରମିତ୍ରପୁରର ବାଇପାସ୍‌ ଓ ଫ୍ଲାଏଓଭର୍‌ ବ୍ରିଜ୍‌ କଥା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ପାସୋରି ଯାଇଛନ୍ତି। ପ୍ରାୟ ୩ କିମି ସହର ମଧ୍ୟରେ ଜବରଦଖଲ ସମସ୍ୟାରୁ ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ବାଟ ଓଗାଳିଛି। ବିକଳ୍ପ ବ୍ୟବସ୍ଥା ନ କରି ଯେତତେନ ପ୍ରକାରେ ଏନ୍‌ଏଚ୍‌ଏଆଇ ୩ କିମି ଜାତୀୟ ରାଜପଥକୁ ମରାମତି କରି କାମ ସାରିଦେଇଛି। ଫଳସ୍ବରୂପ ସହରରେ ଛୋଟବଡ଼ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ଗତ ୬ ମାସରେ ୭ରୁ ଅଧିକ ଜୀବନ ଯାଇଛି। ଏଥିପାଇଁ ସ୍ଥାନୀୟ ଲୋକ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି।

ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କହିଛନ୍ତି, ଜାଗା ବିବାଦରୁ ବାଇପାସ୍‌ ରାସ୍ତା ପାଇଁ ଦୁଇଥର ଜନଶୁଣାଣି ହୋଇଛି। ବିବାଦ ସମାଧାନ ହେଲା ପରେ ସହରର କିଛି ବ୍ୟବସାୟୀ ବିରୋଧ କରିବାକୁ ବାଇପାସ୍‌ ରାସ୍ତା ହୋଇପାରୁନି। ଆସନ୍ତା ଦିନରେ କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ ଘୋଷଣା କରିଥିଲେ। ଘୋଷଣାର ତିନି ବର୍ଷ ପରେ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ବୀରମିତ୍ରପୁର-ପାନପୋଷ ୨୯ କିମି ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କିମି ଓ ରାଜାମୁଣ୍ଡାରୁ ବାରକୋଟ ୫୦ କିମି ରାସ୍ତା ବାବଦରେ ମୋଟ ୪୬୨ କୋଟି ଖର୍ଚ୍ଚ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।