ଲାଇଫ୍ ଷ୍ଟାଇଲ

ବିୟର ପିଇବାର ରହିଛି ଅନେକ ଫାଇଦା, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପାରାସିଟାମଲ ଅପେକ୍ଷା ଯନ୍ତ୍ରଣାରେ ବିୟରର ୨୫ ପ୍ରତିଶତ ଅଧିକ ଆରାମ ଦେଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ବିୟରକୁ ପସନ୍ଦ କରୁଥିବା ଲୋକଙ୍କୁ ଏହି ଖବର ଖୁସି କରିପାରେ । ତେବେ ମୁଣ୍ଡବିନ୍ଧା ହେଉଥିବା ବେଳେ ଔଷଧ ଅପେକ୍ଷା ୨ ଗ୍ଲାସ ବିୟର ଅଧିକ ଆରାମ ଦେଇଥାଏ । ଏହା ଉପରେ ଗ୍ରୀନବିଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ୪୦୦ରୁ ଅଧିକ ଲୋକଙ୍କ ଉପରେ ପ୍ରାୟ ୧୮ ଟି ଅଧ୍ୟୟନ କରିଥିଲେ । ଏଥିରେ ସାମ୍ନାକୁ ଆସିଲା କି, ଯନ୍ତ୍ରଣା ଦୂର କରିବାରେ ବିୟର ୨୫ ପ୍ରତିଶତ ଅଧିକ ପ୍ରଭାବଶାଳୀ ଅଟେ ।

ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯନ୍ତ୍ରଣା ଉପଶମକାରୀ ଓ ଯନ୍ତ୍ରଣାର ତୀବ୍ରତାରେ ବହୁ ପରିମାଣରେ ଆରାମ ଦେଇଥାଏ ଆଲକହଲ୍ । କୁହାଯାଇଥିଲା ଯେ, ଅଳ୍ପ ପରିମାଣରେ ବିୟର ପିଇବାର ଦୁଇଟି ଲାଭ ଅଛି । ଯେଉଁଥିରେ ପ୍ରଥମେ ଏହା ରକ୍ତରେ ଆଲକହଲ ସ୍ତରକୁ ୦.୦୮ ପ୍ରତିଶତ ବୃଦ୍ଧି କରିଥାଏ ।

ଦ୍ୱିତୀୟଟି ହେଉଛି, ଯନ୍ତ୍ରଣାର ତୀବ୍ରତା ହ୍ରାସ କରିବା ସହ ଏହାକୁ ସହ୍ୟ କରିବାର କ୍ଷମତା ଦେଇଥାଏ । ଏହା ବ୍ୟତୀତ ଏହି ଅଧ୍ୟୟନ କରିଥିବା ଡାକ୍ତର ଟ୍ରେଭର୍ ଥମ୍ପସନ୍ କହିଛନ୍ତି ଯେ, ଆଲକହଲ ଏକ ପ୍ରଭାବଶାଳୀ ପେନକିଲର ବୋଲି ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି । ଏହା କୋଡିନ୍ ଏବଂ ପାରାସିଟାମଲ ଅପେକ୍ଷା ଅଧିକ ପ୍ରଭାବଶାଳୀ । ବାରମ୍ବାର ପେନକିଲର ଖାଇବା ଅପେକ୍ଷା ବିୟର ଅଧିକ ପ୍ରଭାବଶାଳୀ, କିନ୍ତୁ ବିୟରର କିଛି ସାଇଡ୍ ଇଫେକ୍ଟ ବି ରହିଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ