ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ବିହାର ଜନତାଙ୍କୁ ସୋନୁ ସୁଦ୍‌ଙ୍କ ଅପିଲ୍-‘ଆଙ୍ଗୁଠିରେ ନୁହେଁ, ବୁଦ୍ଧି ଖଟାଇ କରନ୍ତୁ ମତଦାନ’

ପାଟନା ୨୮/୧୦ : ବିହାରରେ ଆଜି, ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ କେନ୍ଦ୍ରରେ ଲୋକେ ସକାଳୁ ଭୋଟ ଦେବା ପାଇଁ ଛିଡା ହୋଇଛନ୍ତି। ତମାମ ନେତା ଲୋକଙ୍କୁ ବଢ଼େଇଚଢେଇ ମତଦାନ ପାଇଁ ଅପିଲ କରିଛନ୍ତି। ଏମିତି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି। ଏହାସହ ସେ ବିହାରରୁ ପଳାୟନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

ସୋନୁ ସୁଦ୍ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ, ‘ଯେଉଁଦିନ ଆମ ବିହାର ଭାଇମାନଙ୍କୁ ନିଜ ଘର ଛାଡି କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବନି, ଯେଉଁଦିନ ଅନ୍ୟ ରାଜ୍ୟର ଲୋକ କାମ ପାଇଁ ବିହାର ଆସିବେ ସେହିଦିନ ଦେଶର ବିଜୟ ହେବ। ଭୋଟ୍ ପାଇଁ ବଟନ୍ ଆଙ୍ଗୁଠିରେ ନୁହେଁ ବୁଦ୍ଧି ସାହାଯ୍ୟରେ ଚାପିବେ।’ ସୋନୁ ସୁଦଙ୍କ ଛଡା ଅଭିନେତ୍ରୀ ଓ କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଟ୍ୱିଟ୍ କରି ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍ କରିଛନ୍ତି।

ଉର୍ମିଳା ମାତୋଣ୍ଡକର ଟ୍ୱିଟ କରି କହିଛନ୍ତି, ‘ସ୍ନେହର ବିହାରର ଭାଇଭଉଣୀ, ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ନିଜର ଭୋଟ ନିଶ୍ଚୟ ଦେବେ ଏବଂ ଦୟାକରି ଏହି ସ୍ଥିତିକୁ ନିଶ୍ଚୟ ମନେରଖିବେ।’ ଏହାସହ ସେ ହେସଟ୍ୟାଗ ସହ ବିହାର ନିର୍ବାଚନ, ବିହାର ବିଧାନସଭା ନିର୍ବାଚନ ଓ ବିହାର ଇଲେକ୍ସନ୍ ୨୦୨୦ ଲେଖିଛନ୍ତି। ସୂଚନା ଅନୁଯାୟୀ, ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ। ଭୋଟ୍ ଗଣତି ଆସନ୍ତା ନଭେମ୍ବର ୧୦ ତାରିଖରେ ହେବ।

ସୂଚନାଯୋଗ୍ୟ ଯେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଚଳିତ ବର୍ଷ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଦୁର୍ଗା ପୂଜା ସମିତି ନିଜ ପୂଜା ମଣ୍ଡପରେ ସୋନୁଙ୍କ ଷ୍ଟାଚ୍ୟୁ ଲଗାଇଥିଲା। ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଲୋକେ ତାଙ୍କ ଠାରୁ ପ୍ରେରଣା ପାଇବେ ବୋଲି ସମିତି ସୋନୁଙ୍କ ଷ୍ଟାଚ୍ୟୁ ସ୍ଥାପନା କରିଛି ବୋଲି ସମିତି ସଭ୍ୟ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ