ଅପରାଧ ଦେଶ ବିଦେଶ

ବିହାର ଆଇନ ମନ୍ତ୍ରୀଙ୍କ ଉପରେ ଲାଗିଛି ଅପହରଣ ଦଫା, ଯେଉଁଦିନ ସରେଣ୍ତର କରିଥାନ୍ତେ ସେହିଦିନ ନେଲେ ଶପଥ

ପାଟନା ୧୭।୦୮: ମଙ୍ଗଳବାର ବିହାରରେ ନୀତିଶ କୁମାରଙ୍କ ସରକାରରେ କ୍ୟାବିନେଟ୍‌ ବିସ୍ତାର ହୋଇଛି । ଏଥିରେ ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ଅଛନ୍ତି । କିନ୍ତୁ ନୀତିଶ ସରକାରରେ ଶପଥ ନେଇଥିବା ଆଇନ୍‌ ମନ୍ତ୍ରୀଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ ।

ଆର୍‌ଜେଡି ବିଧାୟକ କାର୍ତ୍ତିକେୟ ସିଂ ବିହାରର ଆଇନ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି, ମଙ୍ଗଳବାର ମାନେ ଅଗଷ୍ଟ ୧୬ ତାରିଖ ଦିନ କାର୍ତ୍ତିକେୟ ସିଂଙ୍କୁ କୋର୍ଟରେ ସରେଣ୍ଡର ହେବାର ଥିଲା । କିନ୍ତୁ ସେହିଦିନ ହିଁ କାର୍ତ୍ତିକେୟ ସିଂ ବିହାର ଆଇନ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାହା ପୁଣି ନୀତିଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ । ଏବେ ଯାଏଁ କାର୍ତ୍ତିକେୟ ସିଂ କୋର୍ଟରେ ସରେଣ୍ଡର କରିନଥିବା ସୂଚନା ରହିଛି ।

ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।

ମନ୍ତ୍ରୀ ତାଲିକା

ଜେଡିୟୁ(୧୧ ଜଣ)

ବିଜୟ କୁମାର ଚୌଧରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ଅଶୋକ ଚୌଧରୀ, ଲାନସି ସିଂ, ସଞ୍ଜୟ ଝା, ମଦନ ସହନୀ, ଶୀଳା କୁମାରୀ, ସୁନୀଲ କୁମାର, ମହମ୍ମଦ ଜମା ଖାନ୍, ଜୟନ୍ତ ରାଜ

ଆରଜେଡି(୧୬ଜଣ)

ତେଜପ୍ରତାପ ଯାଦବ, ଆଲୋକ ମେହେଟା, ସୁରେନ୍ଦ୍ର ପ୍ରସାଦ ଯାଦବ, ରମାନନ୍ଦ ଯାଦବ, କୁମାର ସର୍ବଜିତ, ଲଳିତ ଯାଦବ, ସମୀର କୁମାର, ଜିତେନ୍ଦ୍ର କୁମାର ରାୟ, ଅନୀତା ଦେବୀ, ସୁଧାକର ସିଂ, ଇସରାଇଲ ମନସୁରୀ, କାର୍ତ୍ତିକେୟ ସିଂ, ଶାହନବାଜ ଆଲମ, ସମିମ ଅହମ୍ମଦ,

କଂଗ୍ରେସ(୨)

ଆଫାକ ଆଲମ, ମୁରାରୀ ଗୌତମ

ହାମ୍ ଓ ସ୍ୱାଧିନ ବିଧାୟକ

ସନ୍ତୋଷ କୁମାର, ସୁମିତ କୁମାର ସିଂ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ