ଅପରାଧ ଦେଶ ବିଦେଶ

ବିହାରରେ ମାତିଛନ୍ତି ସ୍ମାର୍ଟ ଚୋର, ଦିନ ଦ୍ବିପ୍ରହରେ ଖୋଲି ନେଇଗଲେ ମୋବାଇଲ ଟାଓ୍ବାର, କମ୍ପାନୀ ଜଳକା

ପାଟନା: ଲୁହା ପୋଲ, ଟ୍ରେନ୍ ଇଞ୍ଜିନ୍ ପରେ ଏବେ ମୋବାଇଲ୍ ଟାଓ୍ବାର । ବିହାରରେ ଚୋରଙ୍କ ରେକର୍ଡ । ଦିନ ଦ୍ବିପ୍ରହରେ ମୋବାଇଲ ଟାଓ୍ବାର ଖୋଲି ନେଇଛନ୍ତି ଚୋରି ହୋଇଛି । ପ୍ରାୟ ୨୦ଲକ୍ଷ ଟଙ୍କାର ଟାଓ୍ବାରକୁ ଖୋଲି ସ୍କ୍ରାପ୍ ମୂଲ୍ୟରେ କବାଡ଼ିଆକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏହି ଘଟଣା ପାଟଣା ଘଟିଛି । ସହର ମଧ୍ୟରେ ମୋବାଇଲ୍ ଟାଓ୍ବାରକୁ ଚୋରି କରି ନେଇଛନ୍ତି ସ୍ମାର୍ଟ ଚୋର । କମ୍ପାନୀ ଅଧିକାରୀ ଗର୍ଦନବାଗ୍ ଥାନାରେ ଏତଲା ଦେବା ପରେ ଚୋରି ଘଟଣା ସାମ୍ନାକୁ ଆସିଛି । ଚୋର ମାନେ ନିଜକୁ କମ୍ପାନୀ କର୍ମଚାରୀ କହି ଟାଓ୍ବାରକୁ ଖୋଲିଥିଲେ । ଜମି ମାଲିକ ବକୟା ଟଙ୍କା ମାଗିବାରୁ କମ୍ପାନୀ ବନ୍ଦ ହୋଇଗଲାଣି । ଟାଓ୍ବାର ସ୍କ୍ରାପକୁ ବିକ୍ରି କରି ଭଡ଼ା ଦିଆଯିବ ବୋଲି କହିଥିଲେ । ଏହି ଘଟଣାରେ ପୋଲିସ ଛାନବିନ୍ କରିଛି । ଚୋରି ହୋଇଥିବା ଟାଓ୍ବାର ଏୟାରଟେଲ୍ କମ୍ପାନୀର ବୋଲି ଜଣାପଡ଼ିଛି । ଏହି ଟାଓ୍ବାର ଲାଲପୁର ରାଜପୁତାନା ଅଞ୍ଚଳ ମଧୁମତି ଦେବୀଙ୍କ ନାଁରେ ରହିଥିଲା । ଟାଓ୍ବାର ଖୋଲିବା ସମୟରେ ମଧୁମତିଙ୍କ ଆପତ୍ତି କରିଥିଲେ । ଚୋରମାନେ ତାଙ୍କୁ କମ୍ପାନୀ କର୍ମଚାରୀ କହି ଟାଳି ଦେଇଥିଲେ । ଟାଓ୍ବାର କୌଣସି କାମରେ ଆସୁନାହିଁ, ତେଣୁ କମ୍ପାନୀ ଏହାକୁ ଖୋଲି ନେଉଛି ବୋଲି କହିଥିଲେ । ଅନ୍ଯପଟେ କମ୍ପାନୀ ଅଧିକାରୀ ଟାଓ୍ବାର ନଥିବା ଦେଖିବା ପରେ ଥାନା ଏତଲା ଦେଇଥିଲେ ।

ପୂର୍ବରୁ ପାଟଣାର ରୋହତାସ୍ ଅଞ୍ଚଳରୁ ଜଳସେଚନ ବିଭାଗର ଲୁହା ପୋଲ ମଧ୍ୟ ଚୋରି ହୋଇଥିଲା । ପୋଲକୁ କାଟି ଚୋରି କରି ନେଇଥିଲେ ଚୋର । ସେହିପରି ଚୋର ମଧ୍ୟ ଷ୍ଟେସନ ୟାର୍ଡ ପର୍ଯ୍ୟନ୍ତ ସୁଡ଼ଙ୍ଗ କରି ଟ୍ରେନ୍‌ର ସ୍ପେୟାର ପାର୍ଟ୍ସ ମଧ୍ୟ ଚୋରି କରିନେଉଥିଲେ । ଏବେ ମୋବାଇଲ ଟାଓ୍ବାର ଚୋରି ହେବା ପରେ ପୋଲିସ ପାଇଁ ଚୋରଙ୍କୁ ଧରିବାକୁ ବଡ଼ ଚ୍ୟାଲେଞ୍ଜ ହୋଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ