ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ ବଢୁଛି କରୋନା ସଂକ୍ରମଣ: ମେ ୧୫ ଯାଏଁ ପୂରା ରାଜ୍ୟକୁ ଲକଡାଉନ କଲେ ସରକାର

ପାଟନା: ବିହାରରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାସହ ହସ୍ପିଟାଲରେ ଶଯ୍ୟାର ଅଭାବ ଓ ଅମ୍ଲଜାନର ଅଭାବ ମଧ୍ୟ ସାମ୍ନାକୁ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିଆସୁଥିବା ବେଳେ ଏବେ ବିହାର ସରକାର ରାଜ୍ୟକୁ ଲକଡାଉନ କରିଛନ୍ତି।

ତେବେ ଲକଡାଉନ ବେଳେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବ । ଲୋକମାନେ ଜରୁରୀ ସେବା ପାଇଁ ସୁବିଧାରେ ଯିବାଆସିବା କରିପାରିବେ । ହେଲେ ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବର୍ତ୍ତମାନ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଛି । ଏମାନଙ୍କ ମଧ୍ୟରେ ୩ ଲକ୍ଷ ୯୮ ହଜାର ୫୫୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ହେଲେ ୧୦୭୬୬୭ ଜଣ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି । ସେପଟେ ୨ ହଜାର ୮୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ